ETV Bharat / sports

Ashes: ୪-୦ରେ ଆସେସ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ ଟେଷ୍ଟ ସିରିଜକୁ ୪-୦ରେ ଜିତିଲା ଅଷ୍ଟ୍ରେଲିଆ । ପଞ୍ଚମ ଟେଷ୍ଟମ୍ୟାଚ୍‌ ଶେଷ ହେବାକୁ ଦୁଇଦିନ ପୂର୍ବରୁ ରବିବାର ୧୪୬ ରନ୍‌ରେ ଇଂଲଣ୍ଡକୁ ହରାଇ ସିରିଜ ବିଜୟୀ ହୋଇଛି କଙ୍ଗାରୁ ଟିମ । ଅଧିକ ପଢନ୍ତୁ

author img

By

Published : Jan 16, 2022, 10:12 PM IST

Australia beat England by 146 runs, completes 4-0 Ashes win
Ashes: ୪-୦ରେ ଆସେସ ସିରିଜ ଜିତିଲା ଅଷ୍ଟ୍ରେଲିଆ

ହୋବାର୍ଟ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ ଟେଷ୍ଟ ସିରିଜକୁ ୪-୦ରେ ଜିତିଲା ଅଷ୍ଟ୍ରେଲିଆ । ପଞ୍ଚମ ଟେଷ୍ଟମ୍ୟାଚ୍‌ ଶେଷ ହେବାକୁ ଦୁଇଦିନ ପୂର୍ବରୁ ରବିବାର ୧୪୬ ରନ୍‌ରେ ଇଂଲଣ୍ଡକୁ ହରାଇ ସିରିଜ ବିଜୟୀ ହୋଇଛି କଙ୍ଗାରୁ ଟିମ । ୨୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଟିମ ମାତ୍ର ୧୨୪ ରନ୍‌ରେ ଅଲଆଉଟ ହେବାପରେ ୧୪୬ ରନ୍‌ର ବଜୟ ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ ।

ଏହାମଧ୍ୟ ପଢନ୍ତୁ: EXCLUSIVE: ଟେଷ୍ଟ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫାର ଖାସ୍‌ କାରଣ କହିଲେ ରଞ୍ଜୀବ ବିଶ୍ବାଳ

ହୋବାର୍ଟ ଟେଷ୍ଟର ତୃତୀୟ ଦିନର ଶେଷ ସେସନରେ ମାତ୍ର ୫୬ ରନ୍‌ ମଧ୍ୟ ସମସ୍ତ ୧୦ ୱିକେଟ ହରାଇଥିଲା ଇଂଲଣ୍ଡ । ପ୍ରଥମ ୱିକେଟ ଯୋଡିରେ ରରି ବର୍ଣ୍ଣସ(୨୬) ଓ ଜାକ୍‌ କ୍ରାୱଲେ(୩୬) ୬୮ ରନ୍‌ର ଭାଗିଦାରୀ କରିଥିଲେ । ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ (୩-୧୮) ଓ କେମରନ ଗ୍ରୀନ(୩-୨୧) ପ୍ରଦର୍ଶନ ସହ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । କ୍ୟାପଟେନ ପାଟ୍ କମିନ୍ସ ମଧ୍ୟ ୩ଟି ୱିକେଟ ହାତେଇଥିଲେ ।

ପ୍ରଥମ ଇଂନିସରେ ୧୮୮ ରନ୍‌ରେ ସୀମିତ ରହିଥିବା ଇଂଲଣ୍ଡ ମ୍ୟାଚ୍‌ରେ ଦ୍ବିତୀୟ ଥର ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲା । ପୂର୍ବରୁ ଡିନର ବ୍ରେକ୍‌ ପରେ ଅଷ୍ଟ୍ରେଲିଆ ୧୫୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଓ ମୋଟ ୨୭୦ ରନ୍‌ର ଅଗ୍ରଣୀ ଲାଭ କରିଥିଲା । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍‌ ୬-୩୭ ପ୍ରଦର୍ଶନ କରିଥିଲେ ।

ଅଷ୍ଟ୍ରେଲିଆ ସିରିଜର ପ୍ରଥମ ତିନୋଟି ମ୍ୟାଚ୍‌କୁ ଜିତିବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ ସିରିଜ କବ୍ଜା କରିସାରିଥିଲା । ତେବେ ସିଡନୀରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟକୁ ଡ୍ର' ରଖିବାରେ ସଫଳ ହେବାସହ ସିରିଜ କ୍ଳିନସୁଇପ ଏଡାଇଥିଲା ଇଂଲଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.