ETV Bharat / sports

Aus vs SA T20I series: ହେଡଙ୍କ ଧୂଆଁଧାର ପାଳି, ସିରିଜ ପୋଛିଲା ଅଷ୍ଟ୍ରେଲିଆ

author img

By ETV Bharat Odisha Team

Published : Sep 4, 2023, 7:07 AM IST

ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ସିରିଜକୁ 3-0ରେ କବଜା କରିଛି କଙ୍ଗାରୁ ଦଳ । ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 5 ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

Aus vs SA T20I series
ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ

ଡର୍ବାନ: ଟ୍ରେଭିସ ହେଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ସେନ ଆବୋଟଙ୍କ 4 ୱିକେଟ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟି-ଟ୍ବେଣ୍ଟିରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଘରୋଇ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ସିରିଜର ଶେଷ ମ୍ୟାଚରେ ଘରୋଇ ଦଳକୁ 5 ୱିକେଟରେ ପରାସ୍ତ କରିଛି । ଏହା ସହିତ 3-0ରେ ସିରିଜ ମୂଳପୋଛ କରିଛି ଅଷ୍ଟ୍ରେଲିଆ ।

ପେସ ବୋଲର ସେନ ଆବୋଟଙ୍କ ଘାତକ ବୋଲି (4 ୱିକେଟ) ଓ ଟ୍ରେଭିସ ହେଡଙ୍କ ବିସ୍ଫୋରକର 91 ରନ ବଳରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି । ହେଡ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 190 ରନ କରିଥିଲା । ପ୍ରଥମ ଦୁଇ ୱିକେଟ ସଅଳ ହରାଇ ଥିଲା ଘରୋଇ ଦଳ । ଦଳ ପକ୍ଷରୁ ରିଜା ହେଣ୍ଡ୍ରିକ୍ସ 42 (2ଟି ଚୌକା, 2ଟି ଛକା), ଅଧିନାୟକ ଆଡେନ ମାରକ୍ରମ 25, ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିବା ଜୋନୋଭାନ ଫେରେଇରା 21 ବଲରୁ 48 (1ଚୌକା, 5 ଛକା) ରନ କରିଥିଲେ । ରିଡା ହେଣ୍ଡିକ୍ସ ଓ ମାରକ୍ରମ ତୃତୀୟ ୱିକେଟ ପାଇଁ 58ରନ ଯୋଡିଥିଲେ । ଅଷ୍ଟ୍ରେଲିଆକୁ 191ରନର ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ସେନ ଆବୋଟ 31 ରନ ଦେଇ 4ଟି ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆକୁ 191ରନର ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ଦଳ ।

ଏହା ବି ପଢନ୍ତୁ...Asia Cup 2023: ୨୪୫ରେ ଅଟକିଲା ଆଫଗାନିସ୍ତାନ, ୮୯ ରନରେ ବାଂଲାଦେଶ ବିଜୟୀ

ଏହା ବି ପଢନ୍ତୁ...Asia Cup 2023 Ind vs Pak: ମ୍ୟାଚ୍‌ ବାତିଲ ପରେ ପାକିସ୍ତାନ ପ୍ରଶଂସକଙ୍କୁ ଏମିତି ଟ୍ରୋଲ କଲେ ଇର୍ଫାନ ପଠାନ

191ରନ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ । ପ୍ରଥମ ବଲରେ ମାଥ୍ୟୁ ସର୍ଟଙ୍କ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଅଧିନାୟକ ମିଚେଲ ମାର୍ଶ 15 ରନ କରି ସଅଳ ପାଭିଲିୟନ ଫେରିଥିଲେ । ପରେ ଟ୍ରେଭିସ ହେଡ ଓ ଜୋସ ଇଙ୍ଗଲିଶ ବିସ୍ଫୋରକ ବ୍ୟାଟିଂ କରି 7 ଓଭରରେ 75 ରନ ଯୋଡି ଥିଲେ । ଏହି ଯୋଡିଙ୍କୁ ଭାଙ୍ଗିବା ଘରୋଇ ଦଳ ପାଇଁ କଷ୍ଟକର ହୋଇଥିଲା । ଇଙ୍ଗଲିସ 22 ବଲରୁ 4ଟି ଛକା ଓ 1 ଚୌକା ମାରି 41ରନ କରିଥିଲେ । ହେଡ ଓ ମାର୍କସ ଷ୍ଟଇନିସ ଦ୍ରୁତ 58 ରନ ଯୋଡିଥିଲେ । ଟ୍ରେଭିସ ହେଡ 48 ବଲରୁ (6ଟି ଛକା, 8ଟି ଚୌକା) ସହ 91 ରନ କରିଥିଲେ । ଟିମ ଡେଭିଡ 1 ରନ କରି ଆଉଟ ହୋଇଥିଲେ । ଷ୍ଟଇନିସ 21 ବଲରୁ ଅପରାଜିତ 37 ରନ କରିଥିଲେ । 191ରନ ବିଜୟ ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ 13ଟି ବଲ ବାକି ଥାଇ 5 ୱିକେଟର ବିନିମୟରେ ଟାର୍ଗେଟ ହାସଲ କରି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.