ETV Bharat / sports

Asian Games: ଟି-20 ଫର୍ମାଟରେ ନେପାଳର ବିଶ୍ବ ରେକର୍ଡ, ସର୍ବାଧିକ ଦଳୀୟ ସ୍କୋର ସହ ଦୀପେନ୍ଦ୍ରଙ୍କ 9 ବଲରୁ ଅର୍ଦ୍ଧଶତକ - ନେପାଳ କ୍ରିକେଟ ଟିମ ରେକର୍ଡ

19ତମ ଏସୀୟ କ୍ରୀଡାରେ ନେପାଳ ଏକ ନୂଆ ବିଶ୍ବ ରେକର୍ଡ କରିଛି । ଟି-20 ଫର୍ମାଟରେ ସର୍ବାଧିକ ଦଳୀୟ ସ୍କୋର କରିବା ସହିତ 9ଟି ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି ନେପାଳ କ୍ରିକେଟର ଦୀପେନ୍ଦ୍ର । ଅଧିକ ପଢ଼ନ୍ତୁ

Asian Games 2023
Asian Games
author img

By ETV Bharat Odisha Team

Published : Sep 28, 2023, 7:25 AM IST

ହାଙ୍ଗଝୌ: ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ନେପାଳ କ୍ରିକେଟ ଟିମ୍‌ ବିଶ୍ବ ରେକର୍ଡ ସ୍ଥାପନା କରିଛି । ଟି-ଟ୍ବେଣ୍ଟି କ୍ରିକେଟ ଫର୍ମାଟରେ ମଙ୍ଗୋଲିଆ ବିପକ୍ଷ ତାର ପ୍ରଥମ ଲିଗ୍‌ ମ୍ୟାଚରେ ସର୍ବାଧିକ ଦଳୀୟ ସ୍କୋର୍‌ କରିଛି । ଏହା ସହିତ କୁଶଳ ମଲ୍ଲ ଓ ଦୀପେନ୍ଦ୍ର ସିଂହ ଯଥାକ୍ରମେ ଦ୍ରୁତତମ ଶତକ ଓ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୀପେନ୍ଦ୍ର ସିଂହ 9ବଲରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ରହିଥିଲା । ମଙ୍ଗୋଲିଆକୁ ଉକ୍ତ ମ୍ୟାଚରେ 278 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ନେପାଳ ।

9ବଲରୁ ଦୀପେନ୍ଦ୍ରଙ୍କ ଅର୍ଦ୍ଧଶତକ: ଏସୀୟ କ୍ରୀଡ଼ାରେ ନେପାଳର ଦୀପେନ୍ଦ୍ର ସିଂହ 9 ବଲରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ପୂର୍ବରୁ ଏହି ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଥିଲା । 2007 ବିଶ୍ବକପରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ 12ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ଏବେ ଏହି ରେକର୍ଡ୍‌ ଦୀପେନ୍ଦ୍ରଙ୍କ ନାମରେ ରହିଛି । ସେ 9 ବଲରୁ 50 ରନ୍‌ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ 555 ରହିଛି । ସେହିପରି ନେପାଳର ଅନ୍ୟତମ ବ୍ୟାଚର କୁଶଳ ମଲ୍ଲ ଦ୍ରୁତତମ ଶତକ ହାସଲ କରିଛନ୍ତି । ସେ ମାତ୍ର 34ବଲରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମା, ସମସବିକ୍ରମା ଓ ଡେଭିଡ୍‌ ମିଲର୍‌ଙ୍କ ନାମରେ ଥିଲା । ତିନିଜଣ 35 ବଲ୍‌ରୁ ଶତକ ହାସଲ କରିଥିଲେ । ଏହା ସହିତ ଦ୍ବିତୀୟ କନିଷ୍ଠ ଖେଳାଳି ଭାବେ ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟରେ ଶତକ ଅର୍ଜନ କରିଛନ୍ତି ।

ଗୋଟିଏ ପାଳିରେ ସର୍ବାଧିକ ଛକା: ନେପାଳ ମଙ୍ଗୋଲିଆ ବିପକ୍ଷରେ ଏକାଧିକ ବିଶ୍ବ ରେକର୍ଡ ସ୍ଥାପନା କରିଛି । ନେପାଳ ତାର ପାଳିରେ ସର୍ବାଧିକ ଛକା ମାରିଛି । ନେପାଳ ବ୍ୟାଟର ମୋଟ 26ଟି ଛକା ମାରିଥିଲେ । ପୂର୍ବରୁ ଆଫଗାନିସ୍ତାନ 2019ରେ ଆୟର୍ଲାଣ୍ଡ ବିପକ୍ଷରେ 22ଟି ଛକା ମାରି ରେକର୍ଡ କରିଥିଲେ ମାତ୍ର ଏବେ ଏହି ରେକର୍ଡ ନେପାଳ ନାମରେ ରହିଛି ।

ଏହା ବି ପଢନ୍ତୁ...World Cup 2023: 'ଚୂଡାନ୍ତ ଏକାଦଶରେ ବୁମରା, ସାମି ଓ ସିରାଜ ରହିବା ନିହାନ୍ତି ଆବଶ୍ୟକ'

ଟି20ରେ ସର୍ବାଧିକ ଦଳୀୟ ସ୍କୋର: ପ୍ରଥମ ଦଳ ଭାବେ ଅନ୍ତର୍ଜାତୀୟ ଟି-20ରେ ନେପାଳ ସର୍ବାଧିକ ଦଳୀୟ ସ୍କୋର କରିବାର ରେକର୍ଡ ସ୍ଥାପନା କରିଛି । ଏହାପୂର୍ବରୁ କୌଣସି ଦଳ ଟି-ଟ୍ବେଣ୍ଟି ଫର୍ମାଟରେ 300ରୁ ଅଧିକ ରନ କରିନଥିଲେ । ମାତ୍ର ମଙ୍ଗୋଲିଆ ବିପକ୍ଷରେ 20 ଓଭରରେ 4ଟି ୱିକେଟ ହରାଇ 314ରନ କରିଥିଲା ଯାହା ଏକ ରେକର୍ଡ । ପୂର୍ବରୁ ଆଫଗାନିସ୍ତାନ ଆୟର୍ଲାଣ୍ଡ ବିପକ୍ଷରେ ସର୍ବାଧିକ 278 ରନ କରି ରେକର୍ଡ କରିଥିଲା ମାତ୍ର ନେପାଳ ଏହି ରେକର୍ଡ ଭାଙ୍ଗି 300ରୁ ଉର୍ଦ୍ଧ୍ବ ରନ କରିଛି । ନେପାଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 314ରନ କରିଥିଲା । ଆଇସିସି ଟି-ଟ୍ବେଣ୍ଟି ମୁକାବିଲାରେ ଏହା ସର୍ବାଧିକ ରନ । ମଙ୍ଗୋଲିଆ ଏହି ମ୍ୟାଚରେ 13.1 ଓଭର ଖେଳି ମାତ୍ର 41 ରନ୍‌ କରି ଅଲ ଆଉଟ ହୋଇଥିଲା । ଫଳରେ ନେପାଳ 278 ରନ୍‌ରେ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ...India vs Australia 3rd ODI: ସ୍ୱପ୍ନରେ ରହିଗଲା ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ହ୍ୱାଇଟ ଓ୍ୱାସ୍

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତ ଅକ୍ଟୋବର 3 ତାରିଖରୁ ଅଭିଯାନ ଆରମ୍ଭ କରିବ । ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବ ଭାରତ । ଅକ୍ଟୋବର 7 ତାରିଖରେ ଟାଇଟଲ ଟକ୍କର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.