ETV Bharat / sports

Asia Cup 2023: ଆଜିଠୁ ଆରମ୍ଭ ଏସିଆ କପ ମହାସମର, ପାକିସ୍ତାନ-ନେପାଳ ଉଦଘାଟନୀ ମୁକାବିଲା

author img

By ETV Bharat Odisha Team

Published : Aug 30, 2023, 10:18 AM IST

ବିଶ୍ବକପ ପୂର୍ବରୁ ଆଜିଠୁ ଆରମ୍ଭ ହେଉଛି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ । ଅଧିକ ପଢନ୍ତୁ

Asia Cup 2023
Asia Cup

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ହୋଇ ଯାଆନ୍ତୁ ପ୍ରସ୍ତୁତ । ଆଉ କିଛି ଘଣ୍ଟାର ଅପେକ୍ଷା । ବିଶ୍ବକପ ପୂର୍ବରୁ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ମହାସମର । ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର 16ତମ ସଂସ୍କରଣରେ ଆଜି ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମରେ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ହେବ । ଅପରାହ୍ନ 3ଟାରୁ ଆରମ୍ଭ ହେବ ମ୍ୟାଚ । ସେପ୍ଟେମ୍ବର 2 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଛି ।

ଏସିଆ କପ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ବାବାର ଆଜମଙ୍କ ଅଧିନାୟକତ୍ବରେ ମୈଦାନକୁ ଓହ୍ଲାଇବ ପାକ । ସେହିପରି ପ୍ରଥମ ଥର ପାଇଁ ନେପାଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛି । ପ୍ରଥମ ଥର ପାଇଁ ନେପାଳର ପ୍ରଦର୍ଶନ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ଏହି ମ୍ୟାଚରେ ପାକିସ୍ତାନ ବିଜୟ ଦାବିଦାର ଥିଲେ ସୁଦ୍ଧା ବିପର୍ଯ୍ୟୟ ଘଟାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ରୋହିତ ପୌଦେଲଙ୍କ ନେତୃତ୍ବାଧୀନ ନେପାଳ । ପାକିସ୍ତାନର ପେସ ବାହିନୀ ସନ୍ତୁଳିତ ରହିଛି । ନେପାଳ ବ୍ୟାଟରଙ୍କୁ ଏହାର ସାମ୍ନା କରିବା କଷ୍ଟକର ହୋଇପାରେ ମାତ୍ର ସେମାନେ କଡା ରଣନୀତି ସହ ମୈଦାନକୁ ଓହ୍ଲାଇବେ । ମୁଲତାନୀ ପିଚ ବ୍ୟାଟଂ ପାଇଁ ଅନୁକୂଳ ହେବ । ଇଣ୍ଡିଜ ଓ ପାକିସ୍ତାନ ମଧ୍ୟରେ ଏହି ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ 300ରୁ ଅଧିକ ରନ ସଂଗ୍ରହ ହୋଇଥିଲା ।

ଆଇସିସି ବିଶ୍ବକପକୁ ନଜରରେ ରଖି ଏସିଆ କପକୁ ଏଥର ଦିନିକିଆ ଫର୍ମାଟରେ ଆୟୋଜନ କରାଯାଇଛି । ପୂର୍ବ ଏସିଆ କପ ଟି-ଟ୍ବେଣ୍ଟି ଫର୍ମାଟରେ ଅନୁଷ୍ଠିତ ହୋଇଥିଲା । କେବଳ ନେପାଳକୁ ଛାଡି ଦେଲେ ଅନ୍ୟ 5ଟି ଦେଶ ଦିନିକିଆ ବିଶ୍ବକପ ଖେଳିବ ।

ଏହା ବି ପଢନ୍ତୁ...Asia Cup 2023: ଏଥର ଅଧିକ ଖାସ ଏସିଆ କପ, ପାକ୍-ଶ୍ରୀଲଙ୍କାରେ କ୍ରିକେଟ ରୋମାଞ୍ଚ

ଏସିଆ କପ 2023: ଭାରତ ସେପ୍ଟେମ୍ବର 2ରୁ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପରେ ସେପ୍ଟେମ୍ବର 4 ତାରିଖରେ ନେପାଳ ବିପକ୍ଷରେ ଖେଳିବ । ଗ୍ରୁପ ପର୍ଯ୍ୟାୟରେ ମୋଟ 6ଟି ମ୍ୟାଚ ଖେଳାଯିବ । ପ୍ରତି ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ଭାରତ ତାର ଗ୍ରୁପ ପର୍ଯ୍ୟାୟର ଦୁଇଟି ଯାକ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳିବ । ଅଗଷ୍ଟ 31ରେ ଗ୍ରୁପ ବିରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ ।

ହାଇବ୍ରିଡ ଫର୍ମାଟରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଏସିଆ କପରେ ସମସ୍ତ 13ଟି ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନରେ ଆରମ୍ଭ ହୋଇ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନର ମୁଲତାନ ଓ ଲାହୋର ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ସମସ୍ତ ମ୍ୟାଚ ଖେଳାଯିବ । 6ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଛନ୍ତି । ଗ୍ରୁପ ବିରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି ।

ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏ ଦଳ ସୁପର-4 ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ ରବିନ ଫର୍ମାଟରେ ସୁପର-4 ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ପଏଣ୍ଟ ତାଲିକାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ । ସେପ୍ଟେମ୍ବର 6ରୁ ସୁପର-4 ରାଉଣ୍ଡର ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.