ETV Bharat / sports

Asia Cup 2023: ଶ୍ରୀଲଙ୍କାର ବିଜୟ ଅଭିଯାନ, ବାଂଲାଦେଶକୁ 5 ୱିକେଟରେ ହରାଇଲା

author img

By ETV Bharat Odisha Team

Published : Sep 1, 2023, 7:30 AM IST

ଏସିଆ କପ 2023ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା । ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ 5 ୱିକେଟରେ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

Asia Cup 2023
Asia Cup

କାଣ୍ଡି: ଚଳିତ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଲିଗ ମ୍ୟାଚ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା । ଉଭୟ ବୋଲିଂ ଓ ବ୍ୟାଟିରେ ଶୃଙ୍ଖଳିତ ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷରେ ଏକ ସହଜ ବିଜୟ ହାସଲ କରିଛି । ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରି ବିଜୟ ଖାତା ଖୋଲିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ବୋଲର ମଥିଶା ପତିରଣା ଘାତକ ସାବ୍ୟସ୍ତ ହୋଇଥିଲେ । 4 ୱିକେଟ ସଫଳତା ପାଇଥିବା ମଥିଶା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଶ୍ରୀଲଙ୍କାର ଶୃଙ୍ଖଳିତ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ବାଂଲାଦେଶ ବ୍ୟାଟର । କେବଳ ନଜମୁଲ ହୋସେନ ଶାନ୍ତୋଙ୍କୁ ଛାଡିଦେଲେ ଅନ୍ୟ କେହି ବ୍ୟାଟର ଘରୋଇ ଦଳର ବୋଲରଙ୍କ ସାମ୍ନା କରି ପାରିନଥିଲେ । ଯୁବ ବୋଲର ମଥିଶା ପତିରଣା ଓ ମହୀଶ ତୀକ୍ଷଣା ବାଂଲାଦେଶ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଓପନର ତନଜିତ ହାସାନ ଖାତା ଖୋଲିପାରି ନଥିଲେ । ସେହିପରି ମହମ୍ମଦ ନଇମ 16 ଓ ଅଧିନାୟକ ସାକିବ ଅଲ ହାସନ 5 ରନ କରି ସଅଳ ପାଭିଲିୟନ ଫେରିଥିଲେ ।

ବାଂଲାଦେଶର ନିୟମିତ ବ୍ୟବଧାନରେ ୱିକେଟ ପତନ ହୋଇଥିଲା । ମଧ୍ୟଭାଗରେ ତୌହିଦ 20 ଓ ମୁସଫିକର ରହିମ 13 ରନ କରିଥିଲେ । ନଜମୁଲ ହୋସେନ ଶାନ୍ତୋ ଲଢୁଆ ବ୍ୟାଟିଂ କରି 89 ରନ କରି ଦଳୀୟ ସ୍କୋରକୁ 164ରେ ପହଞ୍ଚାଇଥିଲେ । ପ୍ରଥମେ ବ୍ୟାଟିଂ କରି 42.4 ଓଭରରେ 164 ରନ କରି ବାଂଲାଦେଶ ଅଲଆଉଟ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ପତିରଣା 32ରନ ଦେଇ 4ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ତୀକ୍ଷଣାଙ୍କୁ 2ଟି ସଫଳତା ମିଳିଥିଲା ।

ଏହା ବି ପଢନ୍ତୁ...Asia Cup 2023: 238 ରନରେ ପାକିସ୍ତାନର ବଡ ବିଜୟ, ହାରିଲା ନେପାଳ

165 ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଘରୋଇ ଦଳ । ଗୋଟିଏ ସମୟରେ ଶ୍ରୀଲଙ୍କା ସ୍ଥିତି ସମାନ୍ୟ ଖରାପ ଥିଲା । ଦଳୀୟ ସ୍କୋର 42ରେ ଦଳର 3ଟି ୱିକେଟ ପତନ ହୋଇଥିଲା । ଦିମୁଥ କରୁଣାରତ୍ନେ 1, ପଥୁମ ନିଶଙ୍କା 14 ଓ କୁଶଲ ମେଣ୍ଡିସ 5 ରନ କରି ସଅଳ ପାଭିଲିୟନ ଫେରିଥିଲେ । ସଦିରା ସମରବିକ୍ରମା ଓ ଚରଥ ଆଶଲଙ୍କା ଦୃଢ ବ୍ୟାଟିଂ କରିଥିଲେ । ଚତୁର୍ଥ ୱିକେଟରେ ଉଭୟଙ୍କ ମଧ୍ୟରେ 78ରନର ଭାଗିଦାରୀ ହୋଇଥିଲା । ସମରବିକ୍ରମା ଅର୍ଦ୍ଧଶତକ ହାସଲ କରିଥିଲେ । 30ତମ ଓଭରରେ ମେହଦି ଏହି ଯୋଡି ଭାଙ୍ଗିଥିଲେ । ସମରବିକ୍ରମା 54ରନ କରି ଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର ଧନଞ୍ଜୟ ଡି ସିଲଭା 2 ରନ କରି ଆଉଟ ହୋଇଥିଲେ । ଆଶଲଙ୍କା କ୍ରିଜରେ ଉପସ୍ଥିତ ରହି ବ୍ୟାଟିଂ ଜାରି ରଖିଥିଲେ । ତାଙ୍କୁ ସାଥ ଦେଇଥିଲେ ଶଣକା । ଉଭୟ ଦଳକୁ ବିଜୟୀ କରାଇଥିଲେ । ଆଶାଲଙ୍କା ଅପରାଜିତ 62 ରନ ଓ ଶଣକା 14ରନ କରିଥିଲେ । 11 ଓଭର ବାକି ଥାଇ ଶ୍ରୀଲଙ୍କା ଟାର୍ଗେଟରେ ପହଞ୍ଚି ଯାଇଥିଲା । ବାଂଲାଦେଶ ପକ୍ଷରୁ ସାକିବ ସର୍ବାଧିକ 2ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.