ETV Bharat / sports

Asia Cup 2022, ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ବାଂଲାଦେଶ

ଏସିଆ କପ୍ 2022ରେ ଆଜି ତୃତୀୟ ମ୍ୟାଚ ଖେଳାଯିବ । ଏଥିରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ବାଂଲାଦେଶ

author img

By

Published : Aug 29, 2022, 10:21 AM IST

Updated : Aug 30, 2022, 6:40 AM IST

ସାରଜା: ଜାରି ରହିଛି ଏସିଆ କପ୍ (Asia cup) ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଉଦଘାଟନୀ ମ୍ୟାଚ୍‌ ୟୁଏଇରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଦ୍ବିତୀୟ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଆଜି (ମଙ୍ଗଳବାର) ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ (Bangladesh vs Afghanistan match preview) । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଆଫଗାନିସ୍ତାନ । ଆଜି ବାଂଲାଦେଶ ବିପକ୍ଷରେ ମ୍ୟାଚ ଜିତି ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ ଦଳ । ସେପଟେ ବାଂଲାଦେଶ ତାର ପ୍ରଥମ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ମ୍ୟାଚ ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ 2 ପଏଣ୍ଟ ହାସଲ କରିଛି । ଗ୍ରୁବ ବି'ରେ ଆଫଗାନିସ୍ତାନ ଶୀର୍ଷରେ ରହିଛି । ଆଜିର ମ୍ୟାଚ ଜିତିଲେ ଦଳ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ମୁଜିବ ଉର-ରେହମାନ, ରସିଦ ଖାନ ଓ ମହମ୍ମଦ ନବିଙ୍କୁ ନେଇ ଗଠିତ ସ୍ପିନର ବାହିନୀ ଶ୍ରୀଲଙ୍କାକୁ ଧରଶାୟୀ କରିଥିଲେ । ଆଜି ବାଂଲାଦେଶ ବିପକ୍ଷରେ ଦଳ କମାଲ ଦେଖାଇବାକୁ ପ୍ରସ୍ତୁତ ହୋଇଛି ।

ଏହା ବି ପଢନ୍ତୁ...Asia Cup 2022, ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, ପାକିସ୍ତାନ ବିପକ୍ଷର ଭାରତର ରୋମାଞ୍ଚକର ବିଜୟ

ସେପଟେ ଜିମାୱେଠୁ ପରାସ୍ତ ହୋଇ ଫେରିବା ପରେ ବାଂଲାଦେଶ ଦଳରେ ସନ୍ତୁଳନ ଅଭାବ ରହିଛି । ଦଳରେ ଅଭିଜ୍ଞ ଖେଳାଳି ରହିଛନ୍ତି । ବିଶେଷ କରି ସାକିବ ଅଲ ହାସନଙ୍କ ଉପରେ ନଜର ରହିବ । ମ୍ୟାଚ ଜିତିବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ପଡିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ସବୁ କୌଶଳ ଲଗେଇ ଦେବ ବାଂଲାଦେଶ ।

ଫର୍ମାଟ ଅନୁଯାୟୀ 6ଟି ଦଳକୁ 2ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପରେ ପରସ୍ପରକୁ ଭେଟିବେ । ଉଭୟ ଗ୍ରୁପର ଶ୍ରେଷ୍ଠ 2 ଦଳ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବେ । ଏହାପରେ 4ଟି ଦଳକୁ ନେଇ ସୁପର ଫୋର ରାଉଣ୍ଡ ଖେଳାଯିବ । ଏହି ଗ୍ରୁପରେ ପ୍ରତ୍ୟେକ ଦଳ ପରସ୍ପରକୁ ଭେଟିବେ । ଶ୍ରେଷ୍ଠ 2 ଦଳ ଫାଇନାଲରେ ପ୍ରବେଶ କରିବେ । ପ୍ରକାଶ ଥାଉକି, ପ୍ରଥମ ମୁକାବିଲା ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଆଫଗାନିସ୍ତାନ । ସେହିପରି ଦ୍ବିତୀୟ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଭାରତ 5 ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ।

Last Updated : Aug 30, 2022, 6:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.