ଲଣ୍ଡନ: ଆସେସ ଟେଷ୍ଟ ସିରିଜ ପାଇଁ ୧୭ ଜଣିଆ ଶକ୍ତିଶାଳୀ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ । ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍ ରବିବାର ଖେଳାଳି ତାଲିକା ଘୋଷଣା କରିଛନ୍ତି । ନଭେମ୍ବରରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସମ୍ମାନଜନକ ଟେଷ୍ଟ ସିରିଜ ଖେଳାଯିବ । ଜୋଏ ରୁଟ୍ଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିବ ଇଂଲଣ୍ଡ ।
![Ashes: England name full-strength squad to be led by Root](https://etvbharatimages.akamaized.net/etvbharat/prod-images/13315845_ashes.jpg)
କୋଚ୍ ସିଲଭରଉଡ୍ ଚୟନ କରିଥିବା ସ୍କ୍ବାଡ ଶକ୍ତିଶାଳୀ ରହିଛି । ସମସ୍ତ ଖେଳାଳି ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିସାରିଥିବା କହିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) । ସ୍କ୍ବାଡରେ ଥିବା ୧୭ସଦସ୍ୟଙ୍କ ମଧ୍ୟରୁ ଭାଇସ-କ୍ୟାପଟେନ ଜସ୍ ବଟଲର୍ଙ୍କ ସମେତ ୧୦ଜଣ ପ୍ରଥମ ଥର ଆସେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ଘୋଷିତ ସ୍କ୍ବାଡରେ ସମସ୍ତ ପ୍ରକାର କ୍ରିକେଟରୁ ବ୍ରେକ୍ ନେଇଥିବା ବେନ ଷ୍ଟୋକ୍ସଙ୍କ ନାମ ସାମିଲ କରାଯାଇନାହିଁ । ଅଲରାଉଣ୍ଡର ସାମ କରନ ମଧ୍ୟ ଆହତ ଥିବାରୁ ବାଦ ପଡିଛନ୍ତି । ଏକ ବିବୃତିରେ ECB ପକ୍ଷରୁ ଏହା ସ୍ପଷ୍ଟ କରିଛି ।
ଆସେସ ଟେଷ୍ଟ ସିରିଜ ପାଇଁ ଘୋଷିତ ଇଂଲଣ୍ଡ ସ୍କ୍ବାଡ:
ଜୋଏ ରୁଟ୍(କ୍ୟାପଟେନ), ଜେମ୍ସ ଆଣ୍ଡରସନ, ଜୋନାଥନ ବେୟାରଷ୍ଟୋ, ଡମ ବେସ, ଷ୍ଟୁଆ୍ଟ ବ୍ରଡ, ରରି ବର୍ଣ୍ଣସ, ଜସ ବଟଲର, ଜ୍ୟାକ କ୍ରାୱଲେ, ହସିବ ହମିଦ, ଡାନ ଲରେନ୍ସ, ଜାକ୍ ଲିଚ୍, ଡେୱିଡ ମଲାନ, କ୍ରେଗ୍ ଓଭରଟନ, ଓଲି ପୋପ, ଓଲି ରବିନସନ, କ୍ରିସ ୱର୍କ୍ସ, ମାର୍କ ଉଡ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ