ETV Bharat / sports

Ashes Test: ଆସେସ କବଜା କଲା ଅଷ୍ଟ୍ରେଲିଆ - ଆସେସ ୩ୟ ଟେଷ୍ଟ ଖବର

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ବକ୍ସିଂ ଡେ(ତୃତୀୟ) ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ (Australia thrash England)। ଅଧିକ ପଢନ୍ତୁ

ଆସେସ ଟେଷ୍ଟ ସିରିଜ ଜିତିଲା ଅଷ୍ଟ୍ରେଲିଆ
ଆସେସ ଟେଷ୍ଟ ସିରିଜ ଜିତିଲା ଅଷ୍ଟ୍ରେଲିଆ
author img

By

Published : Dec 28, 2021, 9:01 AM IST

Updated : Dec 28, 2021, 2:34 PM IST

ମେଲବର୍ଣ୍ଣ: ଆସେସ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ବକ୍ସିଂ ଡେ (ତୃତୀୟ) ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ (Australia thrash England) । ଇଂଲଣ୍ଡକୁ ଏକ ମ୍ୟାଚ ଓ ୧୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ୫ ଟିକିଆ ସରିଜରେ ୩-୦ରେ ଆସେସ କବଜା କରିଛି ଅଷ୍ଟ୍ରେଲିଆ । ମିଚେଲ ଷ୍ଟାର୍କଙ୍କୁ ୩ ୱିକେଟ ଓ ସ୍କଟ ବୋଲାଣ୍ଡଙ୍କୁ ୬ ୱିକେଟ ମିଳିଛି ।

ଗତକାଲି ଟେଷ୍ଟରେ ନାଟକୀୟ ମୋଡ ନେଇଥିଲା । ଦ୍ବିତୀୟ ଦିବସରେ ଇଂଲଣ୍ଡର ମୋଟ ୧୩ଟି ୱିକେଟ ପତନ ହୋଇଥିଲା । ପ୍ରଥମ ଇଂନିସରେ ଫେଲ ମାରିଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାଦ୍ବାରା ଅଷ୍ଟ୍ରେଲିଆ ତାର ବିଜୟ ପଥ ସଫା କରିଥିଲା । ତୃତୀୟ ଟେଷ୍ଟର ଇଂଲଣ୍ଡ ୩୧ ରନରେ ୪ ୱିକେଟ ହରାଇଥିଲା । ଲଗାତାର ସମୟ ବ୍ୟବଧାନରେ ୱିକେଟ ପରେ ୱିକେଟ ପତନ ହୋଇଥିଲା । ବେନ ଷ୍ଟୋକ୍ସ ୧୧ ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ବୋଲ଼୍ଡ ହୋଇ ପାଭିଲିୟନ ଫେରିଥିଲେ ।

ଡେବ୍ୟୁ ମ୍ୟାଚରେ ବୋଲାଣ୍ଡ ୬ଟି ୱିକେଟ ହାତେଇବାରେ ସଫଳ ହୋଇଛନ୍ତି । ୫ଟିକିଆ ସିରିଜରୁ ଅଷ୍ଟ୍ରେଲିଆ ୩-୦ରେ ମ୍ୟାଚ ଜିତି ନେଇଛି । ଆଷ୍ଟେଲିଆ ୮୭.୫ ଓଭରରେ ୨୬୭ ରନ କରିଥିବା ବେଳେ ଇଂଲଣ୍ଡ ୧୮୫ ରନ କରିବାରେ ସକ୍ଷମ ହୋଇଥିଲା । ବକ୍ସିଂ ଡେ ଟେଷ୍ଟର ଦ୍ବିତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡର ଦ୍ବିତୀୟ ଇଂନିସ ସ୍କୋର ୩୧-୪ ରହିଥିଲା । ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ଠାରୁ ୫୧ ରନ୍‌ ପଛରେ ରହିଥିଲା । ଜୋ ରୁଟ୍‌ ୧୨ ଓ ବେନ ଷ୍ଟୋକ୍ସ ୨ ରନ୍‌ରେ ଅପରାଜିତ ଥିଲେ । କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଇଂଲଣ୍ଡର ବ୍ୟାଟିଂ ପୁଣି ଧରାଶାୟୀ ହୋଇଥିଲା ।

@ANI

Last Updated : Dec 28, 2021, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.