ETV Bharat / sports

IPL 2021: RCBରେ ୱାଶିଂଟନଙ୍କ ବଦଳରେ ସାମିଲ ହେଲେ ଆକାଶ ଦୀପ - IPL 2021 latest news

ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୧ ପାଇଁ ଆକାଶ ଦୀପ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

IPL 2021: ୱାଶିଂଟନଙ୍କ ବଦଳରେ RCBରେ ସାମିଲ ହେଲେ ଆକାଶ ଦୀପ

author img

By

Published : Aug 30, 2021, 6:25 PM IST

ନୂଆଦିଲ୍ଲୀ: ଦୁବାଇରେ ଆୟୋଜିତ ହେବାକୁ ଥିବା ଅବଶିଷ୍ଟ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୧ ପାଇଁ ଆକାଶ ଦୀପ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ସ୍ପିନର ୱାଶିଂଟନ ସୁନ୍ଦର ଆଇପିଏଲ ୨୦୨୧ରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଦଳରେ ବଙ୍ଗ କ୍ରିକେଟର ଆକାଶ ଦୀପ ସାମିଲ ହୋଇଛନ୍ତି । କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ବେଳେ ୱାଶିଂଟନ ଆହତ ହୋଇଥିଲେ ।

  • 🔊 ANNOUNCEMENT 🔊

    Washington Sundar has been ruled out of the remainder of #IPL2021 as he hasn’t fully recovered from his finger injury. Akash Deep, a state cricketer from Bengal who until now was a net bowler with RCB, has been named as Washi’s replacement. #PlayBold pic.twitter.com/azaMgkaDZp

    — Royal Challengers Bangalore (@RCBTweets) August 30, 2021 " class="align-text-top noRightClick twitterSection" data=" ">

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଥିଲା ଭାରତୀୟ ଦଳ ଏହି ମ୍ୟାଚରେ ୱାଶିଂଟନ ସୁନ୍ଦର ମଧ୍ୟ ଖେଳିଥିଲେ । ଫିଲ୍ଟିଂ କରିବା ବେଳେ ୱାଶିଂଟନ ସୁନ୍ଦରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହାପରେ ତାଙ୍କର ତୁରନ୍ତ ଏକ୍ସ-ରେ କରାଯାଇଥିଲା । ତେବେ ଏକ୍ସ-ରେ ପରେ ତାଙ୍କ ଆଙ୍ଗୁଠି ଭାଙ୍ଗିଥିବା ଜଣା ପଡ଼ିଥିଲା । ଏଥିପାଇଁ ସେ ଆଇପିଏଲରୁ ମଧ୍ୟ ବାଦ ପଡ଼ିଛନ୍ତି ।

ଏହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, "ଆଙ୍ଗୁଠିରେ ଆଘାତ ଯୋଗୁଁ ଆଇପିଏଲ ୨୦୨୧ରୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ୱାଶିଂଟନ ସୁନ୍ଦର । ତାଙ୍କ ସ୍ଥାନରେ ଦଳରେ ବଙ୍ଗ କ୍ରିକେଟର ଆକାଶଦୀପଙ୍କୁ ସାମିଲ କରାଯାଇଛି । ପୂର୍ବରୁ ସେ କେବଳ ନେଟ ବୋଲର ଭାବରେ ଆରସିବି ସହ ରହିଥିଲେ । ବର୍ତ୍ତମାନ ପୂର୍ଣ୍ଣାଙ୍ଗ ଭାବରେ ଆରସିବି ସହ ଯୋଡ଼ି ହୋଇଛନ୍ତି ।"

୨୦୧୯ ମସିହାରେ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ଆକାଶ ଦୀପ । ବର୍ତ୍ତମାନ ସୁଦ୍ଧା ସେ ୨୧ଟି ୱିକେଟ ନେଇ ସାରିଛନ୍ତି । ଦୁବାଇରେ ସେପ୍ଟେମ୍ବର ୨୦ ତାରିଖରୁ କୋଲାକାତା ନାଇଟ ରାଇଡର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାର ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.