ETV Bharat / sports

IPL 2022: ନିଲାମ ପାଇଁ ପଞ୍ଜୀକରଣ କରିଥିବା ୧୨୧୪ ଖେଳାଳିଙ୍କ ମଧ୍ୟରେ ୮୯୬ ଭାରତୀୟ

author img

By

Published : Jan 22, 2022, 4:36 PM IST

ଦୁଇଦିନ ଧରି ହେବାକୁ ଥିବା ମେଗା ଆଇପିଏଲ ନିଲାମ ପାଇଁ ମୋଟ ୧,୨୧୪ ଜଣ ଖେଳାଳି ପଞ୍ଜୀକରଣ କରିଥିବା ସ୍ପଷ୍ଟ ହୋଇଛି । ତେବେ ୧,୨୧୪ ଜଣ ଖେଳାଳିଙ୍କ ମଧ୍ୟରୁ ୮୯୬ ଭାରତୀୟ ଖେଳାଳି ରହିଥିବାବେଳେ ୩୧୮ ଜଣ ବିଦେଶୀ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି । ଅଧିକ ପଢନ୍ତୁ

896 Indians amongst 1,214 players registered for IPL 2022 auction
IPL 2022: ନିଲାମ ପାଇଁ ପଞ୍ଜୀକରଣ କରିଥିବା ୧୨୧୪ ଖେଳାଳିଙ୍କ ମଧ୍ୟରେ ୮୯୬ ଭାରତୀୟ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022 ଖେଳାଳି ନିଲାମ ପାଇଁ ଧାର୍ଯ୍ୟ ପଞ୍ଜୀକରଣ ସମୟସୀମା ଶେଷ ହୋଇଛି । ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଖେଳାଳିଙ୍କ ପାଇଁ ଜାନୁଆରୀ ୨୦ ପଞ୍ଜୀକରଣର ଶେଷ ତାରିଖ ରହିଥିଲା । ଦୁଇଦିନ ଧରି ହେବାକୁ ଥିବା ମେଗା ଆଇପିଏଲ ନିଲାମ ପାଇଁ ମୋଟ ୧,୨୧୪ ଜଣ ଖେଳାଳି ପଞ୍ଜୀକରଣ କରିଥିବା ସ୍ପଷ୍ଟ ହୋଇଛି । ତେବେ ୧,୨୧୪ ଜଣ ଖେଳାଳିଙ୍କ ମଧ୍ୟରୁ ୮୯୬ ଭାରତୀୟ ଖେଳାଳି ରହିଥିବାବେଳେ ୩୧୮ ଜଣ ବିଦେଶୀ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଥିବା ଜଣାପଡିଛି ।

IPL 2022 ମେଗା ନିଲାମରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦକୁ ଦେଖିବାକୁ ମିଳିବ । ଫେବୃଆରୀ ୧୨ ଓ ୧୩ ତାରିଖରେ ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାର ସୂଚୀ ରହିଛି । ବିଶ୍ବ କ୍ରିକେଟର ସୁଦକ୍ଷ ପ୍ରତିଭାବାନ ଷ୍ଟାର ଖେଳାଳିଙ୍କୁ ନିଜ କ୍ୟାମ୍ପ୍‌ରେ ସାମିଲ କରିବାକୁ ୧୦ଟି ଟିମ ମଧ୍ୟରେ ନିଲାମ ମାଧ୍ୟମରେ ପ୍ରତିଯୋଗିତା ହେବ । ପଞ୍ଜୀକରଣ କରିଥିବା ତଥା ନିଲାମରେ ପ୍ରକ୍ରିୟାରେ ରହିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ୨୭୦ କ୍ୟାପ୍‌ଡ(ଅନ୍ତର୍ଜାତୀୟ ଖେଳାଳି), ୯୦୩ ଅନକ୍ୟାପ୍‌ଡ ଓ ସହଯୋଗୀ ଦେଶର ୪୧ ଖେଳାଳି ରହିଛନ୍ତି ।

ଭାରତୀୟ ନଜରରେ ନିଲାମରେ ଥିବା ଖେଳାଳି ତାଲିକାକୁ ପୃଥକ କରାଗଲେ, ୬୧ଜଣ କ୍ୟାପ୍‌ଡ ଭାରତୀୟ ଖେଳାଳି ଓ ୨୦୯ ଜଣ କ୍ୟାପ୍‌ଡ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି । ତାଲିକାରେ ଥିବା ୧୪୩ ଜଣ ଭାରତୀୟ ଅନକ୍ୟାପ୍‌ଡ ଖେଳାଳି ଗତ ଆଇପିଏଲ ସିଜିନରେ ମଧ୍ୟ ରହିଥିଲେ । ସେହିପରି ୬୯୨ ଅନକ୍ୟାପ୍‌ଡ ଭାରତୀୟ ଖେଳାଳି ଓ ୬୨ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group

ମୋଟ ୧୮ଟି ଦେଶରୁ ଲମ୍ବା ତାଲିକାରେ ସ୍ଥାନ ପାଇଥିବା ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଅଷ୍ଟ୍ରେଲିଆରୁ ସର୍ବାଧିକ ୫୯, ଦକ୍ଷିଣ ଆଫ୍ରିକାରୁ ୪୮, ୱେଷ୍ଟଇଣ୍ଡିଜରୁ ୪୧, ଶ୍ରୀଲଙ୍କାରୁ ୩୬, ଇଂଲଣ୍ଡରୁ ୩୦, ନ୍ୟୁଜିଲାଣ୍ଡରୁ ୨୯, ଆଫଗାନିସ୍ତାନରୁ ୨୦, ନେପାଳରୁ ୧୫ ଓ USAରୁ ୧୪ ଜଣ ଖେଳାଳି ରହିଛନ୍ତି । ସେହିପରି ଅନ୍ୟ ଦେଶଗୁଡିକର ଖେଳାଳି ଯେଉଁମାନେ IPL 2022 ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି, ସେମାନେ ହେଲେ, ବାଂଲାଦେଶରୁ ୯, ନାମ୍ବିଆରୁ ୫, ଓମାନ ଓ ଆୟରଲାଣ୍ଡରୁ ୩ଜଣ ଲେଖାଏଁ, ଜିମ୍ବାୱେରୁ ୨, ଭୁଟାନ, ନେଦରଲାଣ୍ଡ୍‌ସ, ସ୍କଟଲାଣ୍ଡ ଓ UAEରୁ ଜଣେ ଲେଖାଏଁ ଖେଳାଳି ରହିଛନ୍ତି ।

ଯଦି ପ୍ରତ୍ୟେକ ଫ୍ରାଞ୍ଚାଇଜ ୨୫ଜଣ ଲେଖାଏଁ ଖେଳାଳିଙ୍କୁ ନିଜ ସ୍କ୍ବାଡ୍‌ରେ ସାମିଲ କରନ୍ତି, ତେବେ ମୋଟ ୨୧୭ ଖେଳାଳିଙ୍କୁ ନିଲାମରେ ନିଆଯାଇପାରେ । ଏହାମଧ୍ୟରେ ୭୦ ବିଦେଶୀ ଖେଳାଳି ରହିପାରନ୍ତି । ନିଲାମ ପୂର୍ବରୁ ମୋଟ ୩୩ଜଣ ଖେଳାଳିଙ୍କୁ ରିଟେନ ବା ଚୟନ କରାଯାଇଛି । ପୂର୍ବରୁ ଥିବା ୮ଟି IPL ଫ୍ରାଞ୍ଚାଇଜ ୨୭ ଖେଳାଳିଙ୍କୁ ରିଟେନ କରିଥିବାବେଳେ ଦୁଇ ନୂଆ IPL ଟିମ ଅହମ୍ମବାଦା ଓ ଲକ୍ଷ୍ନୌ ୩ଜଣ ଲେଖାଏଁ ମୋଟ ୬ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି ।

୧୦ଟି IPL ଟିମ ଦ୍ବାରା ରିଟେନ ହୋଇଥିବା ବା ଚୟନ ହୋଇଥିବା ଖେଳାଳି:

  • CSK: ରଚିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ମୋଇନ ଅଲୀ ଓ ଋତୁରାଜ ଗାଏକ୍ବାଡ ।
  • DC: ଋଷଭ ପନ୍ତ, ଅକ୍ଷର ପଟେଲ, ପୃଥ୍ବୀ ଶ ଓ ଆନରିଚ୍‌ ନର୍କିଆ ।
  • KKR: ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟସ ଆୟର ଓ ସୁନୀଲ ନିରାନ ।
  • MI: ରୋହିତ ଶର୍ମା, ଜଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ କିରଣ ପୋଲାର୍ଡ ।
  • PBKS: ମୟଙ୍କ ଅଗ୍ରୱାଲ ଓ ଅର୍ଶଦୀପ ସିଂହ ।
  • RR: ସଞ୍ଜୁ ସାମସନ, ଜସ୍‌ ବଟଲର ଜସଶ୍ବୀ ଜୟଶ୍ବାଲ ।
  • RCB: ବିରାଟ କେହାଲି, ଗ୍ଲେନ ମାକ୍ସୱେଲ ଓ ମହମ୍ମଦ ସିରାଜ ।
  • SRH: କେନ ୱିଲିୟମସନ, ଅବଦୁଲ ସମାଦ ଓ ଉରମାନ ମଲିକ ।
  • ଟିମ ଅହମ୍ମଦାବାଦ: ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ ଓ ଶୁଭମନ ଗିଲ୍‌ ।
  • ଟିମ ଲକ୍ଷ୍ନୌ: କେଏଲ ରାହୁଲ, ମାର୍କସ ଷ୍ଟୋଇନିସ ଓ ରବି ବିଷ୍ଣୋଇ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.