ETV Bharat / sports

ଇଂଲଣ୍ଡ କ୍ରିକେଟ ଟିମର 7 ସଦସ୍ୟ Covid+, ଆଇସୋଲେସନରେ ସଂପୂର୍ଣ୍ଣ ଟିମ

author img

By

Published : Jul 6, 2021, 3:42 PM IST

ଇଂଲଣ୍ଡ ପୁରୁଷ ଦିନିକିଆ ସ୍କ୍ବାଡର 3ଜଣ ଖେଳାଳି ଓ 4ଜଣ ମ୍ୟାନେଜମେଣ୍ଟ ଟିମ ସଦସ୍ୟ କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ...

7 England squad members test Covid+, entire team in isolation
ଇଂଲଣ୍ଡ କ୍ରିକେଟ ଟିମର 7 ସଦସ୍ୟ Covid+, ଆଇସୋଲେସନରେ ସଂପୂର୍ଣ୍ଣ ଟିମ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମକୁ ବଡ ଝଟକା । ପାକିସ୍ତାନ ବିପକ୍ଷ ଦିବାରାତ୍ର ଏକଦିବସୀୟ ସିରିଜ ଖେଳାଯିବାର ଦୁଇଦିନ ପୂର୍ବରୁ ସ୍କ୍ବାଡର 7 ସଦସ୍ୟଙ୍କୁ କୋରୋନା । କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କ ମଧ୍ୟରେ 3 ଜଣ ଖେଳାଳି ଓ ଅନ୍ୟ 4 ଜଣ ମ୍ୟାନେଜମେଣ୍ଟ ଟିମର ରହିଛନ୍ତି ।

ବ୍ରିଷ୍ଟଲରେ ସୋମବାର PCR ଟେଷ୍ଟ ପରେ ମଙ୍ଗଳବାର ରିପୋର୍ଟ ସାର୍ବଜନୀନ କରିଛି ବୋର୍ଡ । 7ଣ ସଦସ୍ୟଙ୍କ ରିପୋର୍ଟ କୋଭିଡ-19 ପଜିଟିଭ ଥିବା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ସ୍ପଷ୍ଟ କରିଛି । ଇଂଲଣ୍ଡ ପୁରୁଷ ଦିନିକିଆ ସ୍କ୍ବାଡର 3ଜଣ ଖେଳାଳି ଓ 4ଜଣ ମ୍ୟାନେଜମେଣ୍ଟ ଟିମ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ରହିଥିବା ଜଣାପଡିଛି । ଏହାପରେ ସଂସ୍ପର୍ଶରେ ଆସିଥିବା ଖେଳାଳିଙ୍କ ସମତେ ସଂପୂର୍ଣ୍ଣ ଟିମକୁ ଆଇସୋଲେସନର ରଖଯାଇଛି । ଏନେଇ ମଙ୍ଗଳବାର ଏକ ଘୋଷଣାନାମାରେ ECB ସ୍ପଷ୍ଟ କରିଛି ।

ପାକିସ୍ତାନ ବିପକ୍ଷ ସିରିଜର ଠିକ୍‌ ପୂର୍ବରୁ ସ୍କ୍ବାଡ ସଦସ୍ୟ ପଜିଟିଭ ଥିବା ଜଣାପଡିବା ପରେ ପୂର୍ବ ନିର୍ଦ୍ଧାରିତ ସୂଚୀରେ ମ୍ୟାଚ ଖେଳାଯିବା ନେଇ ସାମାନ୍ୟ ଆଶଙ୍କା ଦେଖାଦେଇଛି । ତେବେ ପୂର୍ବ ସୂଚୀ ଅନୁଯାୟୀ, ମ୍ୟାଚ ଖେଳିବାକୁ ହେଲେ ଆୟୋଜକ ଇଂଲଣ୍ଡକୁ ନୂଆ ସ୍କ୍ବାଡ ଚୟନ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.