ହୋବାର୍ଟ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଆସେସ ଟେଷ୍ଟ ସିରିଜର ପ୍ରଥମ ଦିନ ଖେଳ ଶେଷ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ଟ୍ରାଭିସ ହେଡ୍ଙ୍କ ଦମଦାର ଶତକୀୟ ଇଂନିସ ବଳରେ ଡ୍ରାଇଭର ସିଟ୍ରେ ରହିଛି ଘରୋଇ ଟିମ । ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ୬ ୱିକେଟ ହରାଇ ୨୪୧ ରନ୍ ସଂଗ୍ରହ କରିନେଇଛି ।
-
Stumps called in Hobart! ☔
— ICC (@ICC) January 14, 2022 " class="align-text-top noRightClick twitterSection" data="
The rain prevents further play and Australia will start day two at 241/6.
Watch the Ashes live on https://t.co/CPDKNxoJ9v (in select regions)#AUSvENG | #WTC23 pic.twitter.com/FBEPChTPWU
">Stumps called in Hobart! ☔
— ICC (@ICC) January 14, 2022
The rain prevents further play and Australia will start day two at 241/6.
Watch the Ashes live on https://t.co/CPDKNxoJ9v (in select regions)#AUSvENG | #WTC23 pic.twitter.com/FBEPChTPWUStumps called in Hobart! ☔
— ICC (@ICC) January 14, 2022
The rain prevents further play and Australia will start day two at 241/6.
Watch the Ashes live on https://t.co/CPDKNxoJ9v (in select regions)#AUSvENG | #WTC23 pic.twitter.com/FBEPChTPWU
ଏହାମଧ୍ୟ ପଢନ୍ତୁ: IND vs SA: ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍
ପ୍ରଥମ ଦିନରେ ପ୍ରାରମ୍ଭିକ ଝଟ୍କା ପରେ ହେଡ୍ ଓ କେମରନ ଗ୍ରୀନଙ୍କ ମଧ୍ୟରେ ୧୨୧ରନ୍ର ଉପଯୋଗୀ ଭାଗିଦାରୀ ଯୋଗୁଁ କଙ୍ଗାରୁ ଟିମ ଦୃଢ ସ୍ଥିତିରେ ପହଞ୍ଚିଥିଲା । ଗ୍ରୀନ ୭୪ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ମ୍ୟାଚ୍ ଆରମ୍ଭର ପ୍ରଥମ ଘଣ୍ଟାରେ ମାତ୍ର ୧୨ ରନ୍ ମଧ୍ୟରେ ୩ଟି ୱିକେଟ ହରାଇ ସଂଘର୍ଷ କରିଥିଲା ଘରୋଇ ଟିମ । ଡେଭିଡ ୱାର୍ଣ୍ଣର (୦), ଉସମାନ ଖାୱାଜା(୬) ଓ ଷ୍ଟିଭ ସ୍ମିଥ୍(୦)ରେ ଆଉଟ୍ ହୋଇଥିଲେ । ଏହାପରେ ହେଡ୍ଙ୍କ ସହ ମିଶି ଇଂନିସ ସମ୍ଭାଳିଥିଲେ ମାର୍ନସ ଲାବୁସନ ୪୩ ରନ୍ର ଇଂନିସ ଖେଳିଥିଲେ । ଏହାପରେ ପରବର୍ତ୍ତୀ ୪୩ ବଲ୍ରୁ ଦ୍ରୁତ ୫୩ ରନ୍ ସଂଗ୍ରହ କରି ହେଡ୍, ଇଲଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୪୧/୬(ଟ୍ରାଭିସ ହେଡ୍, କେମରନ ଗ୍ରୀନ ୭୪; ଷ୍ଟୁଆର୍ଟ ବ୍ରଡ୍ ୨-୪୮) ବନାମ ଇଂଲଣ୍ଡ ।
IANS