ETV Bharat / sports

ଇଂଲିସ ଫ୍ୟାନ୍ସଙ୍କ ଔଦ୍ଧତ୍ୟ, ରାହୁଲଙ୍କ ଉପରକୁ ଫିଙ୍ଗିଲେ ବଟଲ୍‌ ଠିପି

author img

By

Published : Aug 14, 2021, 10:13 PM IST

ଭାରତୀୟ ଖେଳାଳି ଫ୍ୟାନ୍ସଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହେବା ସହ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏକ ଭିଡିଓରେ କ୍ୟାପଟେନ ବିରାଟ କୋହଲିଙ୍କ ଫ୍ୟାନ୍ସ ଫିଙ୍ଗିଥିବା ଠିପିକୁ ପାଲଟା ଫିଙ୍ଗିବାକୁ ରାହୁଲଙ୍କୁ କହୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

2nd Test: Fans throw bottle corks at KL Rahul on Day 3
ଇଂଲିସ ଫ୍ୟାନ୍ସଙ୍କ ଔଦ୍ଧତ୍ୟ, ରାହୁଲଙ୍କ ଉପରକୁ ଫିଙ୍ଗିଲେ ବଟଲ୍‌ ଠିପି

ଲଣ୍ଡନ: ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଇଂଲିସ ଫ୍ୟାନ୍ସଙ୍କ ଔଦ୍ଧତ୍ୟ ଆଚରଣ ଦେଖିବାକୁ ମିଳିଛି । ଶତକୀୟ ଇଂନିସ ଖେଳିଥିବା ଭାରତୀୟ ଓପନର କେଏଲ ରାହୁଲ ଇଂଲିସ ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛନ୍ତି । ବାଉଣ୍ଡ୍ରୀ ନିକଟରେ ଫିଲ୍ଡିଂ କରୁଥିବା ସମୟରେ କିଛି ଫ୍ୟାନ୍ସ ରାହୁଲଙ୍କ ଉପରକୁ ବଟଲ ଠିପି ଫିଙ୍ଗିଛନ୍ତି ।

ଲର୍ଡ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଖେଳାଳି ଫ୍ୟାନ୍ସଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହେବା ସହ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏକ ଭିଡିଓରେ ରାହୁଲଙ୍କୁ କ୍ୟାପଟେନ ବିରାଟ କୋହଲି ଫ୍ୟାନ୍ସ ଫିଙ୍ଗିଥିବା ଠିପିକୁ ପାଲଟା ଫିଙ୍ଗିବାକୁ କହୁଥିବା ଦେଖାଯାଇଛି । ମାତ୍ର ଏହି ଘଟଣା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏଯାବତ କୌଣସି ସ୍ପଷ୍ଟିକରଣ ରଖିନାହିଁ ।

ନିୟମିତ ଓପନର ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତି ଓ ମୟଙ୍କ ଅଗ୍ରୱାଲ ଆହାତ କାରଣରୁ ବାଦ୍‌ ପଡିବା ପରେ ରୋହିତ ଶର୍ମାଙ୍କ ସହ ଓପନିଂ ଭାର ସମ୍ଭାଳିଥିଲେ କେଏଲ ରାହୁଲ । ପ୍ରଥମ ଇଂନିସରେ ଦମଦାର ୧୨୯ ରନ୍‌ର ଶତକୀୟ ଇଂନିସ ଖେଳିବା ସହ ଭାରତର ୪୬୪ ରନରେ ବଡ ଯୋଗଦାନ କରିଛନ୍ତି । ୨୯ ବର୍ଷୀୟ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ଗତ ସପ୍ତାହରେ ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ମଧ୍ୟ ୮୪ ରନର୍‌ ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.