ETV Bharat / sports

COVID-19: ଦ୍ବିତୀୟ ଥର IPL ଆୟୋଜନ କରିବ ଦକ୍ଷିଣ ଆଫ୍ରିକା ! - ଦକ୍ଷିଣ ଆଫ୍ରିକାରେ ଆଇପିଏଲ ୨୦୨୨

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସଂସ୍କରଣର ଆୟୋଜକ ହୋଇପାରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛି ବିକଳ୍ପ ଭେନ୍ୟୁ । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ COVID-19 ମହାମାରୀର ତୃତୀୟ ଲହର ଯଦି ଶେଷ ନହୁଏ, ତେବେ ଆଇପିଏଲ ବିଦେଶରେ ଖେଳାଯାଇପାରେ । ଅଧିକ ପଢନ୍ତୁ

2022 edition of IPL could be held in South Africa, says report
COVID-19: ଦ୍ବିତୀୟ ଥର IPL ଆୟୋଜନ କରିବ ଦକ୍ଷିଣ ଆଫ୍ରିକା !
author img

By

Published : Jan 13, 2022, 10:49 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସଂସ୍କରଣର ଆୟୋଜକ ହୋଇପାରେ ଦକ୍ଷିଣ ଆଫ୍ରିକା । ଗୁରୁବାର ପ୍ରକାଶିତ ଏକ ଛାପା ଗଣମାଧ୍ୟମର ରିପୋର୍ଟରେ ଏହା ଦର୍ଶାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାକୁ ବିକଳ୍ପ ଭେନ୍ୟୁ ଭାବେ ରଖାଯାଇଛି । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ COVID-19 ମହାମାରୀର ତୃତୀୟ ଲହର ଯଦି ଶେଷ ନହୁଏ, ତେବେ ଆଇପିଏଲ ବିଦେଶରେ ଖେଳାଯାଇପାରେ ।

ଏହାମଧ୍ୟ ପଢନ୍ତୁ: SA v IND, 3rd Test: ଐତିହାସିକ ସିରିଜ ବିଜୟ ଠାରୁ ୮ ୱିକେଟ ଦୂରରେ ଭାରତ

୨୦୨୧ରେ ଭାରତରେ ଖେଳାଯାଇଥିବା IPLର ୧୪ତମ ସଂସ୍କରଣ ମେ ୪ ପରେ ବାତିଲ ହୋଇଥିଲା । ଦେଶରେCOVID-19 ମହାମାରୀର ଦ୍ବିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେବାକୁ BCCI ବାଧ୍ୟ ହୋଇଥିଲା । ଏକାଧିକ ଟିମର ବାୟୋବବଲ ଭଙ୍ଗ କରିଥିଲା ମହାମାରୀ । ଏହାପରେ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ UAEରେ ଖେଳାଯାଇଥିଲା । ଏହି ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଅକ୍ଟୋବର ୧୫ରେ ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ବିଜୟ ସହ ଚାମ୍ପିଅନ ହୋଇଥିଲା ।

ଆଇପିଏଲ ୨୦୨୨ରେ ଲକ୍ଷ୍ନୌ ଓ ଅହମ୍ମଦାବାଦ ଟିମ ରୂପରେ ଦୁଇଟି ନୂଆ ଟିମ ସାମିଲ ହୋଇଛନ୍ତି । ଫଳରେ ଏହି ସଂସ୍କରଣର ଟୁର୍ନାମେଣ୍ଟ ମ୍ୟାଚ୍‌ ସଂଖ୍ୟା ଦୃଷ୍ଟିରୁ ଅଧିକ ଲମ୍ବା ହେବାକୁ ଯାଉଛି । ଏହି ରିପୋର୍ଟ ସତ୍ୟ ହୁଏ, ବର୍ଷ ୨୦୦୯ ପରେ ଦ୍ବିତୀୟ ଥର ଦକ୍ଷିଣ ଆଫ୍ରିକା IPL ଟୁର୍ନାମେଣ୍ଟର ଆୟୋଜକ ହେବ । ଭାରତରେ ସାଧାରଣ ନିର୍ବାଚନ ଯୋଗୁଁ ଦକ୍ଷିଣ ଆଫ୍ରିକାକୁ IPL 2009 ସ୍ଥାନାନ୍ତର ହୋଇଥିଲା ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.