ETV Bharat / sports

ୱାର୍ଲ୍ଡ ଟୁର ଫାଇନାଲ୍‌ସ: ସିନ୍ଧୁଙ୍କ କ୍ରମାଗତ ଦ୍ବିତୀୟ ପରାଜୟ

ଦ୍ବିତୀୟ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ରାଚନୋକ ଇଣ୍ଟାନନଙ୍କୁ ଠାରୁ 18-21, 13-21 ସେଟ୍‌ରେ ପରାସ୍ତ ହୋଇଛନ୍ତି ଭାରତୀୟ ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ....

author img

By

Published : Jan 28, 2021, 5:50 PM IST

World Tour Finals: Sindhu suffers second consecutive loss, gets beaten by Intanon
ୱାର୍ଲ୍ଡ ଟୁର ଫାଇନାଲ୍‌ସ: ସିନ୍ଧୁଙ୍କ ପରାଜୟ ଧାରା ଜାରି

ବ୍ୟାଙ୍କକ୍‌: ଭାରତୀୟ ସର୍ଟଲର ପିଭି ସିନ୍ଧୁଙ୍କ ପରାଜୟ ଧାରା ଜାରି ରହିଛି । ଚଳିତ ୱାର୍ଲ୍ଡ ଟୁର ଫାଇନାଲରେ ଗୁରୁବାର ସିନ୍ଧୁ ଦ୍ବିତୀୟ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ରାଚନୋକ ଇଣ୍ଟାନନଙ୍କୁ ଠାରୁ 18-21, 13-21 ସେଟ୍‌ରେ ପରାସ୍ତ ହୋଇଛନ୍ତି ।

ପ୍ରଥମ ସେଟ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏକସମୟରେ 18-18 ପଏଣ୍ଟ ମ୍ୟାଚ ବରାବର ସ୍ଥିତିରେ ମଧ୍ୟ ରହିଥିଲା । ମାତ୍ର ଥାଇ ଖେଳାଳି ଅଧିକ ଆକ୍ରମଣାତ୍ମକ ରଣନୀତି ସହ 21-18ରେ ବାଜି ମାରିନେଇଥିଲେ ।

World Tour Finals: Sindhu suffers second consecutive loss, gets beaten by Intanon
କିଦାମ୍ବି ଶ୍ରୀକାନ୍ତ

ଦ୍ବିତୀୟ ସେଟ୍‌ରେ ମଧ୍ୟ ସମାନ ଭାବେ କଡା ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ମାତ୍ର ଇଣ୍ଟାନନ ପ୍ରଭାବୀ ପ୍ରଦର୍ଶନ ସହ 21-13ରେ ମ୍ୟାଚ ଜିତିନେଇଥିଲେ । 43 ମିନିଟ ଧରି ଖେଳାଯାଇଥିବା ଏହି ମୁକାବିଲାରେ ପୁଣି ସିନ୍ଧୁଙ୍କୁ ଆଉଏକ ପରାଜୟର ସାମ୍ନା କରିବାକୁ ପଡିଥିଲା । ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ତାଇୱାନର ତାଇ ଜୁ-ୟିଙ୍ଗ୍‌ଙ୍କ ଠାରୁ 19-21, 21-12, 21-17ରେ ହାରିଥିଲେ ସିନ୍ଧୁ ।

ଅନ୍ୟପଟେ ପୁରୁଷ ବର୍ଗରେ ଅଭିଜ୍ଞ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ପରାଜିତ ହୋଇଛନ୍ତି । ତାଇୱାନ ଖେଳାଳି ୱାଙ୍ଗଂ ଜୁ-ୱେଇଙ୍କ ଠାରୁ ଦ୍ବିତୀୟ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ 21-19, 9-21 ଓ 19-21 ସେଟ୍‌ରେ ପରାସ୍ତ ହୋଇଛନ୍ତି । ଶ୍ରୀକାନ୍ତ କଡା ଟକ୍କର ଦେଇଥିଲେ ମଧ୍ୟ ପରାଜୟକୁ ରୋକିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.