ETV Bharat / sports

ଥାଇଲାଣ୍ଡ ଓପନ: ସିନ୍ଧୁ, ସାଇପ୍ରଣୀତ ପରାସ୍ତ, ଟୁର୍ଣ୍ଣାମେଣ୍ଟରୁ ବାଦ୍ - Sindhu, Praneeth lose

ଭାରତୀୟ ଷ୍ଟାର ସର୍ଟଲର ତଥା ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ଥାଇଲାଣ୍ଡ ଓପନରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ...

Thailand Open: Sindhu, Praneeth lose on return to competition
ଥାଇଲାଣ୍ଡ ଓପନ: ସିନ୍ଧୁ, ସାଇପ୍ରଣୀତ ପରାଜିତ, ଟୁର୍ଣ୍ଣାମେଣ୍ଟରୁ ବାଦ୍
author img

By

Published : Jan 12, 2021, 3:55 PM IST

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସର୍ଟଲର ତଥା ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ଥାଇଲାଣ୍ଡ ଓପନରୁ ବାଦ ପଡିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଡେନମାର୍କର ମିଆ ବ୍ଳିଚଫେଲଡ୍‌ଟଙ୍କ ଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାସ୍ତ ହୋଇଛନ୍ତି ।

ପ୍ରାରମ୍ଭିକ ରାଉଣ୍ଡ ମ୍ୟାଚର ପ୍ରଥମ ସେଟରେ 21-16ରେ ବିଜୟୀ ହୋଇଥିଲେ ସିନ୍ଧୁ । ମାତ୍ର ପରବର୍ତ୍ତୀ ଦୁଇଟି ସେଟରେ 24-26 ଓ 13-21ରେ ପରାଜିତ ହୋଇଥିଲେ । ଫଳରେ 74 ମିନିଟର ଏହି କଡା ମୁକାବିଲାରେ ବିଜୟ ସହ ବ୍ଳିଚଫେଲଡ୍‌ଟ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଥିଲେ । ସେହିପରି ପୁରୁଷ ଏକକ ବର୍ଗରେ ବିଶ୍ବ ମାନ୍ୟତାର 13ନଂ ସ୍ଥାନରେ ଥିବା ବି ସାଇ ପ୍ରଣୀତ, ଥାଇଲାଣ୍ଡର କାନ୍ତାଫୋନ ୱାଙ୍ଗଚାରନଙ୍କ ଠାରୁ 16-21, 1021 ସେଟରେ ପରାଜିତ ହୋଇଛନ୍ତି ।

ଅନ୍ୟପଟେ ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଅଶ୍ବିନୀ ବୋପାନ୍ନା ବିଜୟ ସହ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏହି ଭାରତୀୟ ଯୋଡି, ଇଣ୍ଡୋନେସିଆର ହାଫିଜ ଫଏଜଲଓ ଗ୍ଲୋରିଆ ଏମାନୁଏଲ ୱିଜାଙ୍କୁ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.