ETV Bharat / sports

ସ୍ବିସ ଓପନ: ସେମିରେ ପରାସ୍ତ ଶ୍ରୀକାନ୍ତ, ଟୁର୍ଣ୍ଣାମେଣ୍ଟରୁ ବାଦ୍

author img

By

Published : Mar 6, 2021, 9:19 PM IST

ସ୍ବିସ ଓପନରୁ ବାଦ ପଡିଲେ ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ । ଅଧିକ ପଢନ୍ତୁ...‌

Swiss Open: Srikanth crashes out after losing against Axelsen in semi-final
ସ୍ବିସ ଓପନ: ସେମିରେ ପରାସ୍ତ ଶ୍ରୀକାନ୍ତ, ଟୁର୍ଣ୍ଣାମେଣ୍ଟରୁ ବାଦ୍

ବାସେଲ: ସ୍ବିସ ଓପନରୁ ବାଦ ପଡିଲେ ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ । ସେମିଫାଇନାଲ ମୁକାବିଲାରେ ବିଶ୍ବ ନମ୍ବର 1 ଭିକ୍ଟର ଆକ୍ସେଲସେନଙ୍କ ଠାରୁ ପରାସ୍ତ ହୋଇଛନ୍ତି ଶ୍ରୀକାନ୍ତ । ଏଥିସହ ଟୁର୍ଣ୍ଣାମେଣ୍ଟରୁ ଅଭିଯାନ ଶେଷ ହୋଇଛି ।

ଫାଇନାଲ ଟିକେଟ ହାସଲ ପାଇଁ 41 ମିନିଟ ଧରି ଖେଳାଯାଇଥିବା ମ୍ୟାଚରେ ଡେନମାର୍କର ଆକ୍ସେଲସେନ 21-13, 21-19 ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଛନ୍ତି । ଶ୍ରୀକାନ୍ତ ସମସ୍ତ ପ୍ରୟାସ ସତ୍ତ୍ବେ ପରାଜୟ ଏଡାଇବାକୁ ସଫଳ ହୋଇନଥିଲେ । ପ୍ରଥମ ସେଟ୍‌ରେ ପରାଜିତ ପରେ ଦ୍ବିତୀୟ ଗେମ୍‌ରେ କଡା ଟକ୍କର ଦେଇଥିଲେ । ମାତ୍ର 21-19ରେ ଶେଷରେ ବାଜିମାରିଥିଲେ ଆକ୍ସେଲସେନ ।

ପୂର୍ବରୁ ପିଭି ସିନ୍ଧୁ ଡେନମାର୍କର ମିଆ ବ୍ଳିଚଫେଲଡଟଙ୍କୁ ହରାଇ ସ୍ବିସ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.