ଚାଙ୍ଗଝୁ (ଚୀନ): ଅଲମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଓ ଭାରତୀୟ ଦୁଇ ପୁରୁଷ ଟପ ସଟଲର ବି. ସାଇ ପ୍ରଣୀଥ, ପୁରୁପଲି କାଶ୍ୟପ ଏଠାରେ ଚାଲିଥିବା ଚାଇନା ଓପନ ସୁପର୍-1000 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ମାତ୍ର ଅନ୍ୟତମ ମହିଳା ଷ୍ଟାର ସଟଲର ସାଇନା ନେହ୍ବାଲ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି ।
ତେବେ ସିନ୍ଧୁ ପ୍ରଥମ ରାଉଣ୍ଡରେ ପୂର୍ବତନ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଲି ଜ୍ୟୁରୁଇଙ୍କୁ ସିଧାସଳଖ 21-18, 21-12 ଗେମରେ ପରାସ୍ତ କରିଛନ୍ତି । ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁ ମାତ୍ର 34 ମିନିଟ୍ ସମୟ ନେଇଥିଲେ ।
ସେହିପରି ପୁରୁଷ ସିଙ୍ଗଲ୍ସରେ ବି. ସାଇ ପ୍ରଣୀତ ପ୍ରଥମ ରାଉଣ୍ଡରେ ଥାଇଲ୍ୟାଣ୍ଡର ସୁପାନ୍ୟୁ ଅଭିହିଙ୍ଗସାନନଙ୍କୁ 21-10, 21-23, 21-14 ଗେମରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଫ୍ରାନ୍ସର ବ୍ରିକ ଲିଭେରଡେଜଙ୍କୁ ସିଧାସଳଖ 21-12 ଓ 21-15 ଗେମରେ ହରାଇଛନ୍ତି ପୁରୁପଲି କାଶ୍ୟପ ।