ETV Bharat / sports

ଅଲ୍‌ ଇଂଲଣ୍ଡ ଓପନ: ପରାସ୍ତ ସାଇନା, ଆଶଙ୍କାରେ ଟୋକିଓ ଟିକେଟ - ସାଇନା ନେହୱାଲଙ୍କ ପରାଜୟ

ଭେଟେରେନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କୁ ଲାଗିଛି ବଡ ଝଟକା । ଅଲ ଇଂଲଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି ସାଇନା ।

All England Open
ଅଲ୍‌ ଇଂଲଣ୍ଡ ଓପନ
author img

By

Published : Mar 12, 2020, 1:58 PM IST

ବର୍ମିଂହାମ: ଭେଟେରେନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କୁ ଲାଗିଛି ବଡ ଝଟକା । ଅଲ ଇଂଲଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି ସାଇନା । ତେବେ ଏହି ପରାଜୟ ପରେ ସାଇନାଙ୍କ ଅଲମ୍ପିକ ଯୋଗ୍ୟତା ହାସଲ ନେଇ ଆଶଙ୍କା ଦେଖାଦେଇଛି ।

ବିଶ୍ବ ମାନ୍ୟତାର 3 ନଂ ଖେଳାଳି ଜାପାନର ଆକେନି ୟାମାଗୁଚିଙ୍କ ଟାରୁ ପରାସ୍ତ ହୋଇଛନ୍ତି ସାଇନା । 11-21, 8-21 ସେଟରେ ସାଇନାଙ୍କୁ ପରାସ୍ତ ହେବାକୁ ପଡିଛି ।

ସାଇନା ନେହୱାଲ BWF ରାକିଂରେ 46267 ପଏଣ୍ଟ ସହ 20 ତମ ସ୍ଥାନରେ ରହିଛନ୍ତି ସାଇନା । 2012 ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ସାଇନା । 2020 ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବାକୁ ଏପ୍ରିଲ 28 ସୁଦ୍ଧା ଶ୍ରେଷ୍ଠ 16 ସ୍ଥାନ ମଧ୍ୟରେ ସାଇନାଙ୍କୁ ସ୍ଥାନ ହାସଲ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.