ହାଇଦ୍ରାବାଦ: ଦେଶରେ କୋରୋନା ମହାମାରୀ ବ୍ୟାପୁଥିବା ବେଳେ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉ ନାହିଁ । ଅର୍ଥ ପାଇଁ ଖେଳାଳିଙ୍କ ସୁରକ୍ଷାକୁ ବଳି ପକାଇ ଦିଆଯାଉଛି । ତେବେ ଏମିତି କିଛି ସାଙ୍ଘାତିକ୍ ଅଭିଯୋଗ ଆଣିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ।
ସାଇନା ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ର ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖେଳାଳିଙ୍କ ନିରାପତ୍ତାକୁ ଅପେକ୍ଷା ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, "କେବଳ ଗୋଟିଏ କଥା ମୁଁ ଭାବୁଛି, କିପରି ଖେଳାଳିଙ୍କ ସୁରକ୍ଷା ଅପେକ୍ଷା ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଗଲା । ପୁଣି ଏକ ହାଇ ପ୍ରୋଫାଇଲ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ଭଳି ଟୁର୍ଣ୍ଣାମେଣ୍ଟରେ’’ ।
ସୂଚନାଥାଉ କି, ଅଲ ଇଂଲଣ୍ଡରେ ସାଇନା ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବିଦାୟ ନେଇଥିଲେ । ବିପଦ ସତ୍ତ୍ୱେ କେତେକ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଅଲିମ୍ପିକ୍ କ୍ବାଲିଫିକେଶସନ ଓ ର଼୍ୟାଙ୍କିଙ୍ଗ୍ ପଏଣ୍ଟ ଦୃଷ୍ଟିକୋଣରୁ ଏହି ଟୁର୍ଣ୍ଣାମେଣ୍ଟର ମଧ୍ୟ ଯଥେଷ୍ଟ ଗୁରତ୍ୱ ବହନ କରୁଥିଲା ।