ETV Bharat / sports

National Para-Badminton Championship: ବିଜୟରୁ ଅଭିଯାନ ଆରମ୍ଭ କଲେ ପ୍ରମୋଦ

author img

By

Published : Dec 25, 2021, 3:28 PM IST

Updated : Dec 25, 2021, 4:44 PM IST

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଲୋକାଲ ବଏ ପ୍ରମୋଦ ଭଗତ । ଚନ୍ଦ୍ର ପ୍ରକାଶଙ୍କ ବିପକ୍ଷରେ ରେଲୱେ ଇନ୍‌ଡୋର୍‌ ଷ୍ଟାଡିୟମରେ SL3 ପୁରୁଷ ଏକକ ବର୍ଗରେ (୨୧-୧୨, ୨୧-୧୮) ସେଟ୍‌ରେ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

National Para-Badminton C'ship: Tokyo gold medallist Pramod Bhagat relishes homecoming in Odisha
National Para-Badminton Championship: ବିଜୟରୁ ଅଭିଯାନ ଆରମ୍ଭ କଲେ ପ୍ରମୋଦ

ଭୁବନେଶ୍ବର: ପାରାଲମ୍ପିକ୍‌ସରେ ପ୍ରଥମ ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବା ସହ ନୂଆ ଅନୁଭୂତି ସାଉଣ୍ଟିଛନ୍ତି । ଚଳିତ ପାରା-ବ୍ୟାଡମିଣ୍ଟନ୍‌ ନ୍ୟାସନାଲ ଚାମ୍ପିଅନସିପ୍‌ରେ ଭୁବନେଶ୍ବରରେ ଅଭିଯାନ ଆରମ୍ଭ କରିଛନ୍ତି ପ୍ରମୋଦ ।

ପ୍ରମୋଦ ଭଗତ ଶନିବାର ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଚନ୍ଦ୍ର ପ୍ରକାଶଙ୍କ ବିପକ୍ଷରେ (୨୧-୧୨, ୨୧-୧୮) ସେଟ୍‌ରେ ବିଜୟୀ ହୋଇଛନ୍ତି ପ୍ରମୋଦ । ବିଶ୍ବର ବିଭିନ୍ନ ଟୁର୍ନାମେଣ୍ଟରେ ଖେଳିସାରିବା ପରେ ଏହା ଥିଲା ଲୋକାଲ ବଏ ପ୍ରମୋଦଙ୍କ ପାଇଁ ନୂଆ ଅନୁଭୂତି । ରେଲୱେ ଇନ୍‌ଡୋର୍‌ ଷ୍ଟାଡିୟମରେ SL3 ପୁରୁଷ ଏକକ ବର୍ଗରେ ମ୍ୟାଚ୍‌ ଖେଳିଛନ୍ତି ।

"ଘରୋଇ ପରିବେଶରେ ଖେଳିବାର ଅନୁଭବ ସ୍ବତନ୍ତ୍ର । ଓଡିଶାରେ ଘରୋଇ ଗ୍ରାଉଣ୍ଡରେ ଏହା ମୋର ପ୍ରଥମ ମ୍ୟାଚ୍‌ । ଏହା ଏକ ନୂଆ ଅଭିଜ୍ଞତା, ବିଶ୍ବର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଟୁର୍ନାମେଣ୍ଟରେ ଖେଳିସାରିଛି । ତେବେ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାର ମଜା କିଛି ଅଲଗା ।" ପ୍ରମୋଦ ମ୍ୟାଚ୍‌ ଖେଳିସାରିବା ପରେ ଏହା କହିଛନ୍ତି ପ୍ରମୋଦ ।

ଏହାମଧ୍ୟ ପଢନ୍ତୁ: EXCLUSIVE: ପଦକ ନୁହେଁ ଲକ୍ଷ୍ୟ ଥିଲା ପ୍ରଭାବୀ ପ୍ରଦର୍ଶନ କହିଲେ ଶ୍ରୀକାନ୍ତ

ଟୋକିଓ ପାରାଲମ୍ପିକ୍‌ସ ବ୍ରୋଞ୍ଜ ପଦକ ବିଜେତା ମନୋଜ ସରକାର ମଧ୍ୟ SL3 ପୁରୁଷ ଏକକ ବର୍ଗର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ଚଳିତ ପାରା-ବ୍ୟାଡମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପରେ ଉଭୟ ପ୍ରମୋଦ ଓ ମନୋଜ ପ୍ରି-କ୍ବାର୍ଟର-ଫାଇନାଲରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2021, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.