ETV Bharat / sports

ଇଣ୍ଡୋନେସିଆ ଓପନ: ଫାଇନାଲରେ ସିନ୍ଧୁ - ସିନ୍ଧୁ ସେମିଫାଇନାଲରେ ଚାଇନାର ସର୍ଟଲର ଚିନ ୟୁ ଫେଇଙ୍କୁ ହରାଇଛନ୍ତି

ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ସିଜିନର ଏହା ପ୍ରଥମ ଫାଇନାଲ ପ୍ରବେଶ ହୋଇଥିବାରୁ ସିନ୍ଧୁ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ଫାଇନାଲ ମୁକାବିଲା ଆଜି ଖେଳାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 21, 2019, 11:33 AM IST

Updated : Aug 26, 2019, 9:21 AM IST

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ସେମିଫାଇନାଲରେ ଚାଇନାର ସର୍ଟଲର ଚିନ ୟୁ ଫେଇଙ୍କୁ ହରାଇଛନ୍ତି । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ ସିନ୍ଧୁ । ଆଗୁଆ 2ଟି ସେଟକୁ 21-19, 21-10 ରେ ହରାଇ ଏକାପାଖିଆ ବିଜୟ ହାସଲ କରିଛନ୍ତି ସିନ୍ଧୁ । କ୍ବାଟର-ଫାଇନାଲକୁ ମାତ୍ର 41 ମିନିଟରେ ସାରି ବିଜେତା ହୋଇଥିବା ସିନ୍ଧୁ ସେମି-ଲଢେଇରେ 46 ମିନିଟରେ ମାଜି ମାରିଥିଲେ ।

ବିଶ୍ବମାନ୍ୟତାର 5ମ ସ୍ଥାନରେ ଥିବା ସିନ୍ଧୁ BWF ଟୁର ଫାଇନାଲ ବିଜେତା ହୋଇଥିଲେ । ତେବେ ଏହା ପରେ ପ୍ରାୟ 7ମାସ ପରେ ଇଣ୍ଡୋନେସିଆ ଓପନ BWF ସୁପର-1000 ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ଫାଇନାଲରେ ଖେଳିବେ । ଚଳିତ ସିଜିନର ଏହା ପ୍ରଥମ ଫାଇନାଲ ପ୍ରବେଶ ହୋଇଥିବାରୁ ସିନ୍ଧୁ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଫାଇନାଲରେ ସିନ୍ଧୁ, ଅକାନେ ୟାମାଗୁଚିଙ୍କୁ ଭେଟିବେ । ଅକାନେ ବିଶ୍ବମାନ୍ୟତର ନଂ1 ଖେଳାଳି ତାଇ ତିଜ୍ୟୁ ୟିଙ୍ଗଙ୍କୁ 21-9, 21-15 ସେଟର ହରାଇ ଫାଇନାଲରେ ପହଞ୍ଚିଛନ୍ତି । ତେବେ ଶେଷ ଅକାନେଙ୍କ ବିପକ୍ଷରେ ସିନ୍ଧୁଙ୍କ ପଲ୍ଲା ଭାରୀ ରହିଛି । ଶେଷ 14 ଟି ମୁକାବିଲାରେ ସିନ୍ଧୁ ଅକାନେଙ୍କୁ 10ଥର ହରାଇଛନ୍ତି । ଫାଇନାଲ ମୁକାବିଲା ଆଜି ଖେଳାଯିବ ।

Intro:Body:

blank

Conclusion:
Last Updated : Aug 26, 2019, 9:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.