ବାଲି(ଇଣ୍ଡୋନେସିଆ): BWF ୱାର୍ଲ୍ଡ ଟୁର୍ ଫାଇନାଲ୍ (World Tour Finals) ମ୍ୟାଚରେ ପରାସ୍ତ ହୋଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ସାଉଥ କୋରିଆର ଆନ ସେୟଙ୍ଗ୍ଠୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ସେୟଙ୍କଠୁ ସିନ୍ଧୁ 21-16, 21-12 ସେଟରେ ପରାସ୍ତ ହୋଇଛନ୍ତି ।
-
Our girl P.V Sindhu on the medal podium after finishing runners-up at prestigious #BWFWorldTourFinals .
— India_AllSports (@India_AllSports) December 5, 2021 " class="align-text-top noRightClick twitterSection" data="
It was 3rd Final appearance for Sindhu in the year-ending tournament.
Proud of you @Pvsindhu1 pic.twitter.com/GEcOplsF3S
">Our girl P.V Sindhu on the medal podium after finishing runners-up at prestigious #BWFWorldTourFinals .
— India_AllSports (@India_AllSports) December 5, 2021
It was 3rd Final appearance for Sindhu in the year-ending tournament.
Proud of you @Pvsindhu1 pic.twitter.com/GEcOplsF3SOur girl P.V Sindhu on the medal podium after finishing runners-up at prestigious #BWFWorldTourFinals .
— India_AllSports (@India_AllSports) December 5, 2021
It was 3rd Final appearance for Sindhu in the year-ending tournament.
Proud of you @Pvsindhu1 pic.twitter.com/GEcOplsF3S
୩୯ ମିନିଟରେ ଧରି ଫାଇନାଲ ମ୍ୟାଚ ଚାଲିଥିଲା । ମ୍ୟାଚ ଆରମ୍ଭରୁ ୪-୦ରେ ଆଗୁଆ ଥିଲେ ଆନ ସେୟଙ୍ଗ୍ । ଏହାପରେ ସିନ୍ଧୁ ତାଙ୍କ ଗେମ ଆରମ୍ଭ କରିଥିଲେ । ଖେଳ ଆରମ୍ଭର ୪ ମିନିଟ ମଧ୍ୟରେ ସେଟ ୭-୪ରେ ଆନ ସେୟଙ୍ଗ୍ କବଜାରେ ଥିଲା ମ୍ୟାଚ । ଶେଷ ବେଳକୁ ସିଧାସଳଖ ଗେମରେ ସିନ୍ଧୁଙ୍କୁ ହରାଇଥିଲେ ଆନ ସେୟଙ୍କ ।
ଶନିବାର ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ ସେମିଫାଇନାଲ ମୁକାବିଲାରେ ଜାପାନର ଆକାନେ ୟାମାଗୁଚୀଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ସଂଘର୍ଷପୂର୍ଣ୍ଣ ସେମି ମୁକାବିଲାରେ ୟାମାଗୁଚୀଙ୍କୁ ୨୧-୧୫, ୧୫-୨୧, ୨୧-୧୯ ସେଟ୍ରେ ହରାଇଥିଲେ ସିନ୍ଧୁ। ଏହି ବିଜୟ ପରେ ସିନ୍ଧୁ ହେଡ୍ ଟୁ ହେଡ୍ ରେକର୍ଡରେ ୧୩-୮ରେ ଆଗରେ ଥିଲେ ।
@ANI