ETV Bharat / sports

33ତମ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିିତ - 33ତମ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ

ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହୋଇଥିବା 33ତମ ଜାତୀୟ ସବ୍ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିତ ହୋଇଛି। ଓଡିଶା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି।

badminton
badminton
author img

By

Published : Dec 22, 2019, 10:45 PM IST

ଭୁବନେଶ୍ବର: ଓଡିଶା ରାଜଧାନୀରେ ଆୟୋଜିତ ହୋଇଥିବା 33ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ ଶେଷ ହୋଇଛି। ଯେଉଁଥିରେ ଓଡିଶା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ତାମିଲନାଡୁ, ରାଜସ୍ଥାନ ଓ ହରିୟାଣାର ଖେଳାଳି ଏକାଧିକ ସ୍ବର୍ଣ୍ଣ ପଦକ ଜିତିବାର ସଫଳ ହୋଇଛନ୍ତି। ଓଡିଶାର ଶ୍ବେତପର୍ଣ୍ଣା ପଣ୍ଡା 15 ବର୍ଷରୁ କମ ବର୍ଗରେ ମିକ୍ସଡ ଡବଲରେ ତେଲେଙ୍ଗାନାର ସ୍ବାତିକ ରେଡ୍ଡିଙ୍କ ସହ ନିଜର ସ୍ବର୍ଣ୍ଣ ପଦକ ସେୟାର କରିଥିବା ବେଳେ ଆୟୁଷ ପଟ୍ଟନାୟକ 17 ବର୍ଷରୁ କମ ବର୍ଗର ବାଳକ ବିଭାଗ ଡବଲ୍ସରେ କର୍ଣ୍ଣାଟକ ସହଯୋଗୀ ସୁବାଷ ଭିଙ୍କ ସହ ରୌପ୍ୟ ମେଡାଲ ସେୟାର କରିଛନ୍ତି।

ସମ୍ପୂର୍ଣ୍ଣ ପ୍ରତିଯୋଗିତାର 10ଟି ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିୟାଣାର ଉଦୀୟମାନ ସଟଲର 6ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କର୍ଣ୍ଣାଟକ, ଆସାମ ଓ ଓ ଉତ୍ତରପ୍ରଦେଶ ଗୋଟିଏ ସ୍ବର୍ଣ ପଦକ ଜିତିବାର ସଫଳ ହୋଇଛନ୍ତି। ହରିୟାଣାର ଖେଳାଳି 15 ବର୍ଷରୁ କମ ବାଳିକା ସିଙ୍ଗିଲସ ଓ 17 ବର୍ଷରୁ କମ ବାଳିକା ଡବଲ୍ସରେ ମୋଟ 2ଟି ପଦକ ହାସଲ କରିଛନ୍ତି। ରାଜସ୍ଥାନ 15 ଓ 17 ବର୍ଷରୁ କମ ବାଳକ ଡବଲ୍ସ ମ୍ୟାଚରେ 2ଟି ସ୍ବର୍ଣ୍ଣ ଜିତିଛନ୍ତି।

33ତମ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦ୍‌ଯାପିିତ

ଏହି ଉଦ୍‌ଯାପନି ଉତ୍ସବରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡା ସଚିବ ବିଶାଳ ଦେବ,ପ୍ରତିଯୋଗିତାର କନଭେନର ରାଜେଶ ପ୍ରଭାକର ପାଟିଲ, ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ସଚିବ ଅଜୟ କୁମାର ସିଂଘାନିଆ ,ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ଅଧ୍ୟକ୍ଷ ରୋହିତ ପୂଜାରୀ ଓ ଅନ୍ୟମାନେ ଯୋଗଦେଇ ବିଜୟୀ କ୍ରୀଡାବିତଙ୍କୁ ମେଡାଲ ପ୍ରଦାନ କରିବା ସହିତ ପୁରସ୍କୃତ କରିଛନ୍ତି।

ଏହି ଅବସରରେ କ୍ରୀଡା ସଚିବ ଶ୍ରୀ ଦେବ 2020 ପ୍ରଥମାର୍ଦ୍ଧ ସୁଦ୍ଧା ପ୍ରସ୍ତାବିତ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି। ଏହା ସହ ଓଡିଶାରେ ଏହି ଖେଳର ମଧ୍ୟ ଆଦର ବଢୁଥିବା ବେଳେ ଆହୁରି କିପରି ଜାତୀୟ ଓ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରାଯାଇ ପାରିବ ସେନେଇ ଚିନ୍ତା କରାଯାଉଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱରରେ ଆୟୋଜିତ 33ତମ ଜାତୀୟ ସବ ଜୁନିଅର ବ୍ୟାଡମିଣ୍ଟନ ଚାମ୍ପିୟାନସିପ ଶେଷ ହୋଇଛି।ଯେଉଁଥିରେ ଓଡିଶା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରେ ସନ୍ତୁଷ୍ଟ ହୋଇଥିବାବେଳେ ତାମିଲନାଡୁ,ରାଜସ୍ଥାନ ଓ ହାରିୟାଣାର ଖେଳାଳିମାନେ ଏକାଧିକ ସ୍ୱର୍ଣ୍ଣ ପଦକ ଜିତିବାର ସଫଳ ହୋଇଛନ୍ତି।ଓଡ଼ିଶାର ଶ୍ୱେତପରଣା ପଣ୍ଡା 15 ବର୍ଷରୁ କମ ବର୍ଗରେ ମିକ୍ସଡ଼ ଡବଲ ରେ ତେଲେଙ୍ଗାନା ର ସ୍ୱାତ୍ଵିକ ରେଡ୍ଡିଙ୍କ ସହ ନିଜର ସ୍ୱର୍ଣ୍ଣ ପଦକ ସେୟାର କରିଥିବା ବେଳେ ଆୟୁଷ ପଟ୍ଟନାୟକ 17 ବର୍ଷରୁ କମ ବର୍ଗର ବାଳକ ବିଭାଗ ଡବଲସ ରେ କର୍ଣ୍ଣାଟକ ସହଯୋହି ସୁବାଷ ଭି ଙ୍କ ସହ ରୌପ୍ୟ ମେଡାଲ ସେୟାର କରିଛନ୍ତି।

Body:ସମ୍ପୂର୍ଣ୍ଣପ୍ରତିଯୋଗିତାର 10ଟି ପଦକ ମଧ୍ୟରୁ ତାମିଲନାଡୁ,ରାଜସ୍ଥାନ ଓ ହରିୟାଣାର ଉଦିୟମାନ ସଟଲରମାନେ 6ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ସେହିପରି କର୍ଣ୍ଣାଟକ ,ଆସାମ ଓ ଓ ଉତ୍ତରପ୍ରଦେଶ ଗୋଟିଏ ସ୍ୱର୍ଣ୍ଣପଦକ ଜିତିବାର ସଫଳ ହୋଇଛନ୍ତି। ହରିୟାଣାର ଖେଳାଳିମାନେ 15 ବର୍ଷରୁ କମ ବାଳିକା ସିଙ୍ଗିଲସ ଓ 17 ବର୍ଷରୁ କମ ବାଳିକା ଡବଲସ ରେ ମୋଟ 2ଟି ପଦକ ହାସଲ କରିଛନ୍ତି।ରାଜସ୍ଥାନ 15 ଓ 17 ବର୍ଷରୁ କମ ବାଳକ ଡବଲସ ମ୍ୟାଚ ରେ 2ଟି ସ୍ୱର୍ଣ୍ଣ ଜିତିଛନ୍ତି।
ଆଜିର ଏହି ଉଦଯାପନି ଉତ୍ସବରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ,ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,କ୍ରୀଡା ସଚିବ ବିଶାଳ ଦେବ,ପ୍ରତିଯୋଗିତାର କନଭେନର ରାଜେଶ ପ୍ରଭାକର ପାଟିଲ , ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ସଚିବ ଅଜୟ କୁମାର ସିଂହାଣିଆ ,ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ଅଧ୍ୟକ୍ଷ ରୋହିତ ପୂଜାରୀ ଓ ଅନ୍ୟମାନେ ଯୋଗଦେଇ ବିଜୟୀ କ୍ରୀଡ଼ାବିତଙ୍କୁ ମେଡାଲ ପ୍ରଦାନ କରିବା ସହିତ ପୁରସ୍କୃତ କରିଛନ୍ତି।
ଏହି ଅବସରରେ କ୍ରୀଡା ସଚିବ ଶ୍ରୀ ଦେବ 2020 ପ୍ରଥମାର୍ଦ୍ଧ ସୁଦ୍ଧା ପ୍ରସ୍ତାବିତ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି।ଏହା ସହ ଓଡ଼ିଶାରେ ଏହି ଖେଳର ମଧ୍ୟ ଆଦର ବଢୁଥିବା ବେଳେ ଆହୁରି କିପରି ଜାତୀୟ ଓ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରାଯାଇ ପାରିବ ସେନେଇ ଚିନ୍ତା କରାଯାଉଥିବା କହିଛନ୍ତି।
ବାଇଟ-ବିଶାଳ ଦେବ,
ବାଇଟ-ରୋହିତ ପୂଜାରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.