ମୁମ୍ବାଇ: ଅଲ୍ଟ ବାଲାଜିର ବହୁପ୍ରତିକ୍ଷିତ ଏବଂ ବିବାଦୀୟ ଡ୍ରାମା 'ଦ ଭର୍ଡିକ୍ଟ-ଷ୍ଟେଟ ଭର୍ସେସ ନାନାବତୀ'ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଏହି ସିରିଜ କେଏମ ନାନାବତୀ ବନାମ ମହାରାଷ୍ଟ୍ର ରାଜ୍ୟର କୁଖ୍ୟାତ କାହାଣୀ ଉପରେ ଆଧାରିତ ।
- " class="align-text-top noRightClick twitterSection" data="">
ଏହି କାହାଣୀଟି ଭାରତର ସବୁଠାରୁ ଚର୍ଚ୍ଚିତ ଅପରାଧ ମଧ୍ୟରେ ଅନ୍ୟତମ । ଯେଉଁଠାରେ ଜଣେ ପାରସୀ ନୌସେନା ଅଧିକାରୀ ଜଣେ ବ୍ୟବସାୟୀଙ୍କୁ ଗୁଳିମାରି ହତ୍ୟା କରି ପୋଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରିଥିଲେ ।
ଏହି ୱେବ ସିରିଜ ସତ୍ୟ ଘଟଣା ଉପରେ ଆଧରିତ ଏବଂ ଏହାର 10ଟି ଏପିସୋଡ ପ୍ରସାରଣ ହେବ । ଏହି ଅବସରରେ ସୁମିତ ବ୍ୟାସ କହିଛନ୍ତି କି ଟ୍ରେଲର ଖୁବ୍ ମଜାଦାର ହୋଇଛି । ଡିଜିଟାଲ ପ୍ଲାଟଫର୍ମରେ ଏପରିକା ଡ୍ରାମା ପ୍ରସାରଣ ହେବା ଯୋଗୁ ଡିଜିଟାଲ ଦୁନିଆକୁ ଏକ ଭିନ୍ନ ସ୍ତରେ ପହଞ୍ଚାଇଛି । ଆଉ ଏହି ସିରିଜ ପାଇଁ ଅଲ୍ଟ ବାଲାଜି ଦ୍ବାରା ଚୟନ ହୋଇଛନ୍ତି ଶାନଦାର କଳାକାର । ସେ ସିରିଜର ଅଭିନୟ କରି ବହୁତ ଖୁସି ଅଛନ୍ତି ।