ETV Bharat / sitara

ରୋମାଣ୍ଟିକ ଫଟୋ ସେୟାର କଲେ ନେହା, କହିଲେ ହାପି 6 ମାସ - tv-neha-kakkar-rohanpreet-singh

ଆଜି ଏପ୍ରିଲ 24 ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହକୁ 6 ମାସ ପୂରଣ ହୋଇଛି । ଏହି ବିଶେଷ ଦିନରେ ନେହା ସ୍ବାମୀଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

tv-neha-kakkar-rohanpreet-singh-wedding-6-months-complete
ନେହା-ରୋହନପ୍ରୀତଙ୍କ ବିବାହକୁ ପୁରିଲା 6 ମାସ...
author img

By

Published : Apr 24, 2021, 8:05 PM IST

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବର 24ରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଲୋକପ୍ରିୟ ଗାୟିକା ନେହା କକ୍କର । ଆଜି ସେମାନଙ୍କ ବିବାହକୁ 6 ମାସ ପୂରଣ ହୋଇଛି ।

ଆଜି ଏହି ବିଶେଷ ଦିନରେ ନେହା ସ୍ବାମୀଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ନେହା ଏବଂ ରୋହନପ୍ରୀତଙ୍କ ପରସ୍ପରର ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି ।

ଫଟୋ ସହିତ କ୍ୟାପସନରେ ନେହା ଲେଖିଛନ୍ତି, 'ପ୍ରତିଦିନ ସେ ମୋ ହୃଦୟ ଜିତନ୍ତି । ସେ ମୋତେ ମୋ ଠାରୁ ଅଧିକ ଭଲ ପାଇବା ପାଇଁ ପ୍ରେରଣା ଦିଅନ୍ତି । ସେ କୁହନ୍ତି ଯେ ମୁଁ ତାଙ୍କୁ ଯେତିକି ଭଲପାଏ ସେ ମୋତେ ମୋ ଠାରୁ ଅଧିକ ଭଲପାଆନ୍ତି । କିନ୍ତୁ ମୁଁ କହିବାକୁ ଚାହେଁ ଯେ ମୁଁ ତାଙ୍କୁ ଅଧିକ ଭଲ ପାଏ । ହି ହି.... ହାପି 6 ମାସ ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଦେଶରେ କୋରୋନା ସଙ୍କଟ ପାଇଁ କିଛି ରାଜ୍ୟରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାକୁ ଦୃଷ୍ଟିରେ ରଖି ଘରେ ସମୟ ବିତାଉଛନ୍ତି ନେହା । ହେଲେ ଏଥର ସେ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଥିବାର ନଜର ଆସୁଛନ୍ତି । କାରଣ ବର୍ତ୍ତମାନ ସେ ଘରେ ନିଜ ୱାର୍କଆଉଟ ସେଶନ ମ୍ୟାନେଜ କରିବା ସହ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.