ମୁମ୍ବାଇ: କେବେ ରାସ୍ତା କଡରେ ଜୋତା ପଲିସ୍ କରୁଥିବା ବାଳକ ଆଜି ଇଣ୍ଡିଆନ ଆଇଡଲ୍ 11ର ବିଜେତା । ଆଜ୍ଞା ହଁ ଆମେ କହୁଛି ଇଣ୍ଡିଆନ ଆଇଡଲ୍ 11ର ବିଜେତା ସନି ହିନ୍ଦୁସ୍ତାନୀଙ୍କ ସମ୍ପର୍କରେ ।

ସନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ ଶୋ’ରେ ନିଜ ପରିବାରର ସଙ୍ଘର୍ଷର କାହାଣୀ କହିଥିଲେ । ତେବେ ତାଙ୍କ ମା’ ଅନ୍ୟ ଘରେ କାମ କରି ପେଟପୋଷୁ ଥିବା କଥା ଶୁଣି ଭାବୁକ ହୋଇଥିଲେ ଶୋ’ରେ ଉପସ୍ଥିତ ଜଜ୍ । ଏହାସହ ନିଜ ପ୍ରତିଭା ବଳରେ ମଧ୍ୟ ସେ ଜଜ୍ଙ୍କୁ ଖୁବ୍ ଇମ୍ପ୍ରେସ କରିଥିଲେ । ଶୋ’ର ଜଜ୍ ବିଶାଲ ତାଙ୍କୁ ନୁସରତ ଫତେହ ଅଲ୍ଲୀ ଖାନ୍ଙ୍କ ସହ ତୁଳନା କରିବା ସହ ତାଙ୍କ ଗୀତ ଗାଇବାର ଶୌଳିକୁ ମଧ୍ୟ ଖୁବ୍ ପସନ୍ଦ କରିଥିଲେ ।

ଆଉ ଶେଷରେ ନିଜ ଟ୍ୟାଲେଣ୍ଟକୁ ଅସ୍ତ୍ର କରି ସେ ଫାଇନାଲରେ ବିଜେତା ଘୋଷିତ ହୋଇଛନ୍ତି । ଏହାସହ ତାଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ସୂଚନାଯୋଗ୍ୟ, ରନର୍ସ ରୋହିତ ରାଉତଙ୍କୁ ମଧ୍ୟ 5 ଲକ୍ଷର ପୁରସ୍କାର ରାଶି ମିଳିଛି ।