ETV Bharat / sitara

ବୁସାନ୍ ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ 'ଫୋର ମୋର ସର୍ଟସ ପ୍ଲିଜ' ସିଜନ୍- 2କୁ ଆଓ୍ବାର୍ଡ - star cast of four more shots please season 2

'ଫୋର ମୋର ସର୍ଟସ ପ୍ଲିଜ' ସିଜନ୍- 2ର ଷ୍ଟାର କାଷ୍ଟ କ୍ରୀତି କୁଲହାରି, ମାନବି ଗଗରୁ, ସୟାନୀ ଗୁପ୍ତା ଏବଂ ଗୁରୁବାଣୀ ଜଜଙ୍କୁ 'ବେଷ୍ଟ ରାଇଜିଂ ଷ୍ଟାର' ବର୍ଗରେ ଆଓ୍ବାର୍ଡ ଜିତିଛନ୍ତି । ଅଧିକ ପଢନ୍ତୁ..

star cast of four more shots please season 2 bags award at busan international film festival
ବୁସାନ୍ ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ 'ଫୋର ମୋର ସର୍ଟସ ପ୍ଲିଜ' ସିଜନ୍- 2କୁ ମିଳିଲା ଆଓ୍ବାର୍ଡ
author img

By

Published : Oct 28, 2020, 5:13 PM IST

ମୁମ୍ବାଇ: ମଙ୍ଗଳବାର ଦିନ ଆମାଜନ ପ୍ରାଇମ ଭିଡିଓ ପ୍ରତିଷ୍ଠିତ ଦ୍ବିତୀୟ ଏସୀୟନ କଣ୍ଟେନ ଆଓ୍ବାର୍ଡସ 2020 ରେ ଏକ ରୋମାଞ୍ଚକର ସଫଳତା ହାସଲ କରିଛନ୍ତି । ଏସୀୟନ କଣ୍ଟେନ ଆଓ୍ବାର୍ଡସ ବୁସାନ୍ ଇଣ୍ଟନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ 2020 ର ଏକ ଅଂଶ ।

'ବେଷ୍ଟ ରାଇଜିଂ ଷ୍ଟାର' ବର୍ଗରେ 'ଫୋର ମୋର ସର୍ଟସ ପ୍ଲିଜ' ର ସିଜନ୍-୨ ଷ୍ଟାର କାଷ୍ଟ କ୍ରୀତି କୁଲହାରି, ମାନବି ଗଗରୁ, ସୟାନୀ ଗୁପ୍ତା ଏବଂ ଗୁରୁବାଣୀ ଜଜ ଆଓ୍ବାର୍ଡ ଜିତିଛନ୍ତି ।

ଏହା ପୂର୍ବରୁ ମଧ୍ୟ 'କମେଡି ଶୋ' ବର୍ଗରେ 'ଏମି ଆଓ୍ବାର୍ଡସ' ପାଇଁ'ଫୋର ମୋର ସର୍ଟସ ପ୍ଲିଜ' ମନୋନୀତ ହୋଇଥିଲା ।

ଆମାଜନ ଅରିଜିନାଲର ମୁଖ୍ୟ ଅପର୍ନା ପୁରୋହିତ କହିଛନ୍ତି ଯେ, ମୁଁ ଜାଣି ଖୁସି ଏବଂ ଗର୍ବିତ ଯେ ଆନ୍ତର୍ଜାତୀୟ ସ୍ତରରେ ଏସୀୟନ କଣ୍ଟେନ ଆଓ୍ବାର୍ଡସ ଆମର ଆମାଜନ ଅରଜିନାଲ ସିରିଜ୍ 'ଫୋର ମୋର ସର୍ଟସ ପ୍ଲିଜ' କୁ ଏବଂ ଆମର ପ୍ରତିଭାକୁ ସମ୍ମାନିତ କରିଛି ।

'ଫୋର ମୋର ସର୍ଟସ ପ୍ଲିଜ' ସିଜନ୍- 2କୁ ପ୍ରଶଂସକମାନଙ୍କ ଠାରୁ ମିଳିଥିବା ପ୍ରଶଂସା ପରେ ଆମାଜନ ପ୍ରାଇମ୍ ଭିଡିଓ ଏହାର ତୃତୀୟ ସିଜିନ ମଧ୍ୟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.