ETV Bharat / sitara

‘ମୋନିକା ଓଃ ମାଇଁ ଡାର୍ଲିଂ’ ଟିଜର ନେଇ ଫେରିଲେ ରାଜକୁମାର

author img

By

Published : Jul 28, 2021, 4:04 PM IST

ଫିଲ୍ମ ନିର୍ଦ୍ଦେଶକ ୱାସନ ବାଲାଙ୍କ ଆଗମୀ ଚଳଚ୍ଚିତ୍ର ମୋନିକା ଓଃ ମାଇଁ ଡାର୍ଲିଂ । ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ ଅଭିନେତ୍ରୀ ରାଧିକା ଆପ୍ଟେ ଓ ହୁମା କ୍ୟୁରେସୀ । ଅଧିକ ପଢ଼ନ୍ତୁ...

ରାଜକୁମାର ରାଓଙ୍କ ଅଭିନିତ ମୋନିକା ଓଃ ମାଇ ଡାର୍ଲିଂର ଟିଜର ରିଲିଜ୍

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ୱାସନ ବାଲାଙ୍କ ଆଗମୀ ଚଳଚ୍ଚିତ୍ର "ମୋନିକା ଓଃ ମାଇଁ ଡାର୍ଲିଂ"ର ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ସହ ଅଭିନେତ୍ରୀ ରାଧିକା ଆପ୍ଟେ ଓ ହୁମା କ୍ୟୁରେସୀଙ୍କୁ ଦେଖିବାକୁ ମିଳିବ । ନେଟଫ୍ଲିକ୍ସ ପ୍ରଡକ୍ସନ ହାଉସରେ ପ୍ରସ୍ତୁତ ହେବ ଏହି ଚଳଚିତ୍ର ।

ଏହାକୁ ନେଇ ନେଟଫ୍ଲିକ୍ସ ପକ୍ଷରୁ ଫିଲ୍ମ ଟିଜର ସୋସିଆଲ ମିଡିଆରେ ସେୟାର କରାଯାଇଛି । ନେଟଫ୍ଲିକ୍ସ ପକ୍ଷରୁ ଟ୍ବଟ୍ କରି କୁହାଯାଇଛି ଯେ, " ଲାଇଟ୍ସ, କ୍ୟାମେରା , ଆକ୍ସନ ମୋନିଆ ମୋନିକା ଓଃ ମାଇଁ ଡାର୍ଲିଂ ସୁଟିଂ ଜାରି ରହିଛି ।" ନିର୍ଦ୍ଦେଶକ ବାଲା ନିକଟରେ ନେଟଫ୍ଲିକ୍ସରେ ଏକ ସଟଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ ।

ସେପଟେ ମୋନିକା ଓଃ ମାଇଁ ଡାର୍ଲିଂର ସୁଟିଂ ଆରମ୍ଭ ହୋଇଥିବା ନେଇ ନିର୍ଦ୍ଦେଶକ ୱାସନ ବାଲା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଆରିୟା ଅଭିନେତା ସିକନ୍ଦର ଖେର, ଆକାଂକ୍ଷା ରଞ୍ଜନ କାପୁରଙ୍କୁ ଦେଖିବାକୁ ମଳିବ । ତା ସାଙ୍ଗକୁ ଏଥିରେ ସନ୍ଦିପ ପିଙ୍କି ଫେରାର ଚଳଚ୍ଚିତ୍ରର ସୁକାନ୍ତ ଗୋଏଲ, ଭଗବତୀ ପେରୁମାଲ ଓ ଜାୟନ ମାରି ଖାନଙ୍କୁ ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରକୁ ନେଇ ଅଭିନେତା ରାଜକୁମାର ରାଓ ମଧ୍ୟ ଉତ୍ସାହି ରହିଥିବା ଦେଖା ଦେଇଛି । ଏହାକୁ ନେଇ ସେ ସୋସିଆଲ ମଡିଆରେ କହିଛନ୍ତି ଯେ, "ଆପଣଙ୍କୁ ଏହା ଦେଖାଇବାକୁ ଆମେ ବ୍ୟାକୁଳ ।" ଚଳିତ ବର୍ଷ ନେଟଫ୍ଲିକ୍ସ ସହ ଏହା ରାଜକୁମାର ରାଓଙ୍କ ସହ ଏହା ଦ୍ବିତୀୟ ଚଳଚ୍ଚିତ୍ର । ଏହାପୂର୍ବରୁ ସେ ନେଟଫ୍ଲିକ୍ସର ହ୍ବାଇଟ ଟାଇଗରରେ ନଜରରେ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.