ETV Bharat / sitara

ପୁଣି ବିବାଦରେ ‘ଇଣ୍ଡିଆନ ଆଇଡଲ’, ଦୁଇ ପ୍ରତିଯୋଗୀଙ୍କୁ ହଟାଇବା ଦାବି

author img

By

Published : May 24, 2021, 2:14 PM IST

ନିକଟରେ ‘ଇଣ୍ଡିଆନ ଆଇଡଲ’ ଶୋକୁ ବନ୍ଦ କରିବା ଦାବି ହେଉଥିବା ବେଳେ ଏବେ ଦୁଇ ପ୍ରତିଯୋଗୀଙ୍କୁ ହଟାଇବାକୁ କହିଲେ ଦର୍ଶକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନିଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନିଟିଭି

ମୁମ୍ବାଇ: ପପୁଲାର ସିଙ୍ଗିଂ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’କୁ ନେଇ କିଛି ଦିନରୁ ବିବାଦ ଦେଖିବାକୁ ମିଳୁଛି । ଗୋଟିଏ ପଟେ ସୋସିଆଲ ମିଡିଆରେ ଶୋ ବନ୍ଦ କରିବାକୁ ଦାବି ହେଉଥିବା ବେଳେ ଏବେ ଦୁଇ ପ୍ରତିଯୋଗୀଙ୍କ ଗୀତରେ କ୍ରୋଧିତ ନଜର ଆସୁଛନ୍ତି କିଛି ଦର୍ଶକ । ଯାହାକୁ ଆଧାର କରି ଏବେ ସୋସିଆଲ ମିଡିଆରେ #indianidol କରାଯାଉଛି । ଏହାସହ ସେହି ପ୍ରତିଯୋଗୀଙ୍କୁ ଶୋରୁ ବାହାର କରିବାକୁ ଦାବି କରିଛନ୍ତି ସମସ୍ତେ।

କଥାଟି ହେଲା ଯେ ଦର୍ଶକଙ୍କ କ୍ରୋଧର କାରଣ ସାଜିଛି ଗାୟକ କୁମାର ସାନୁଙ୍କ ଫେମସ ଗୀତ ‘ଚୋରି ଚୋରି ଜବ୍ ନଜରେଁ ମିଲି ।’ କାରଣ ପ୍ରତିଯୋଗୀ ଶାମୁକା ପ୍ରିୟା ଓ ପ୍ରତିଯୋଗୀ ଆଶୀଷ କୁଲକର୍ଣ୍ଣିଙ୍କର ଏକାଠି ମିଶି ଏହି ଗୀତ ଗାଇଥିଲେ । ହେଲେ ତାଙ୍କ ଗାଇବା ଶୈଳୀରେ ବିରକ୍ତ ହୋଇପଡିଥିଲେ ଦର୍ଶକ ।

ଏହି ଏପିସୋଡ ପ୍ରସାରିତ ହେବା ପରେ ରାଗି ଯାଇଥିଲେ ସମସ୍ତେ। ଆଉ ଶୋରୁ ଦୁଇ ପ୍ରତିଯୋଗୀଙ୍କୁ ହଟାଇବା ପାଇଁ ଦାବି କରିଥିଲେ । ଦର୍ଶକଙ୍କ ଅଭିଯୋଗ ହେଲା ଯେ ଭଲ ଗୀତକୁ ଫାଲତୁ ରୂପେ ଗାଇଛନ୍ତି ଏହି ଦୁଇ ପ୍ରତିଯୋଗୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.