ETV Bharat / sitara

ୟୁଟ୍ୟୁବ ଷ୍ଟାର ଗ୍ରାଣ୍ଟ ଥମସନଙ୍କ ଦୁର୍ଘଟଣାରେ ମୃତ୍ୟୁ

ପପୁଲାର ୟୁଟ୍ୟୁବୁର ଗ୍ରାଣ୍ଟ ଥମସନଙ୍କ 38 ବର୍ଷରେ ମୃତ୍ୟୁ ହୋଇଛି । ପାରାଲାଇଡିଂ ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 2, 2019, 1:01 AM IST

ହାଇଦ୍ରାବାଦ: ‘କିଙ୍ଗ ଅଫ ରାନଡମ୍’ ୟୁଟ୍ୟୁବ ଚ୍ୟାନେଲର ଆଡମିନ୍ ଗ୍ରାଣ୍ଟ ଥମସନଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି 38 ବର୍ଷିୟ ଯୁବକଙ୍କ ଚ୍ୟାନେଲରେ ପ୍ରାୟ 11 ମିଲିୟନ ସବସ୍କ୍ରାଇବର୍ସ ଥିଲେ । ପାରାଲାଇଡିଂ ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଥମସନଙ୍କ ପରିବାର ଏହି ସୂଚନା ଦେଇଛନ୍ତି ।

ପାରାଲାଇଡିଂ ସମୟରେ ଥମସନଙ୍କ ଜିପିଏସ ଡିଭାଇସ ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା । ପରେ ଭଙ୍ଗା ପାରାଲାଇଡିଂ ଓ କ୍ୟାମେରା ମିଳିଥିଲା ଏହାପରେ ପରିବାର ଲୋକ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଜଣାଇଥିଲେ ।

ଥମସନ୍ ୟୁଟ୍ୟୁବରେ ଭିନ୍ନ ଭିନ୍ନ ଭିଡିଓ ସେୟାର କରନ୍ତି । ଘରେ କ୍ୟାଣ୍ଡି କରିବା ପ୍ରକ୍ରିୟା ଅଧିକ ପପୁଲାର ହୋଇଥିଲା । ବ୍ରେଡ ସାହାର୍ଯ୍ୟରେ ପାଣି ଉପରେ ପହଁରିବାର ଏକ ଭିଡିଓ ଶେଷ ଥର ପାଇଁ ସେୟାର କରିଥିଲେ । ଥମସନ୍ ପ୍ରଥମେ 11 ବର୍ଷ ପାଇଲଟ ଭାବରେ କାର୍ଯ୍ୟ କରିଥିଲେ ।

Slug- ମଙ୍ଗୁଳି ଜେନା ଗୁଳିକାଣ୍ଡ ଘଟଣାରେ ପୋଲିସ ତରଫରୁ ସିସିଟିଭି ଫୁଟେଜ ଜାରୀ

Format- AVO

Place- khurda,21.4.19

Visual- WhatsApp

ଆଙ୍କର : ଗତ 14 ତାରିଖ ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନବୀନବଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ମଙ୍ଗୁଳି ଜେନାଙ୍କର ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାଜନୈତିକ ମହଲରେ ବେସ ଚର୍ଚା ହେଉଥିବା ବେଳେ କିଛିଦିନ ତଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିଲା । ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଜିଲ୍ଲା ପୋଲିସ ସହାୟତା କରୁଛି । ତେବେ ଆଜି ପୋଲିସ ପକ୍ଷରୁ ଗୁଳିମାଡ଼ ଘଟିଥିବା ସମୟରେ 3ଜଣ ଅଜଣା ବ୍ୟକ୍ତିଙ୍କ ସେହି ସ୍ଥାନରେ ଚଳପ୍ରଚଳର ସିସିଟିଭି ଫୁଟେଜ ଜାରୀକରିଛି ଏବଂ ଏହାକୁ ଆଧାର କରି ତଦନ୍ତ ଜାରୀ ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.