ମୁମ୍ବାଇ: ବିଗ ବସ 13ର ଫେମସ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ରଶ୍ମୀ ଦେସାଇ ପୁଣିଥରେ ଏକ୍ସ ବୟଫ୍ରେଣ୍ଡ ପାଇଁ ଚର୍ଚ୍ଚାରେ। ଦୁଇଜଣଙ୍କୁ ନେଇ ଅନେକ କଥା ଶୁଣି ସାରିବା ପରେ ଏବେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଜ୍ଞା ହଁ, ରଶ୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିଛନ୍ତି ଅରହାନ। ରଶ୍ମୀଙ୍କୁ ନଜଣାଇ ଆକାଉଣ୍ଟରୁ ପାଖାପାଖି 15 ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ସେ ।
ରଶ୍ମୀଙ୍କ ଜଣେ ଫ୍ୟାନ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର କପି ସୋସିଆଲ ମିଡିଆରେ ସେୟାର କରି ଏହାର ଖୁଲାସା କରିଛନ୍ତି । ଅରହାନ ଏଭଳି କାମ ସେହି ସମୟରେ କରିଥିଲେ ଯେବେ ରଶ୍ମୀ ବିଗ ବସ ହାଉସରେ ଥିଲେ।
ସେପଟେ ରଶ୍ମୀଙ୍କ ବକ୍ତା ମଧ୍ୟ ଏହା ଉପରେ ସୂଚନା ଦେଇଛନ୍ତି। ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅରହାନଙ୍କ ପାଇଁ ରଶ୍ମୀ ଡିପ୍ରେଶନର ଶିକାର ହୋଇଛନ୍ତି। କାରଣ ଟଙ୍କା ଚୋରି କରିବା ପରେ ଅରହାନ ତାଙ୍କୁ ବାରମ୍ବାର ଧମକ ମଧ୍ୟ ଦେଉଛନ୍ତି।
ସେହିପରି ଅରହାନଙ୍କ ଏହି କାମ ବିଷୟରେ ଜଣାପଡିବାରୁ ରଶ୍ମୀଙ୍କ ବନ୍ଧୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏକ ଟ୍ବିଟ କରିଛନ୍ତି। ଆଉ ଲେଖିଛନ୍ତି, ‘ଶୁଣିବାକୁ ମିଳୁଛି ଯେ ରାମଲାଲ ପ୍ରୁଫ ମାଗିଛନ୍ତି। ସେ ସଲମାନ ଖାନ ସାରଙ୍କୁ ପଚାରିବା କଥା କି ସେ କେତେ ଖରାପ ମଣିଷ। ଟଙ୍କା ନେଇ ଧମକ ଦେଉଛି। ଏହି ବ୍ୟକ୍ତିଙ୍କ ବିଷୟରେ କଥା ହେବା କଥା ନୁହେଁ । କାରଣ ସେ କେବଳ ରାଜନୀତି ଚାହୁଁଛି।’