ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡଠୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ପରିବାରବାଦ, ବଂଶବାଦକୁ ନେଇ ପ୍ରଶ୍ନବାତୀ ସୃଷ୍ଟି ହୋଇଛି । ଅନେକ ସେଲିବ୍ରିଟି ମଧ୍ୟ ବଲିଉଡରେ ପରିବାରବାଦ, ମାଫିଆଗିରି, ଗୁଣ୍ଡାରାଜର ଶିକାର ହୋଇଥିବା କଥାର ଖୁଲାସା କରିସାରିଛନ୍ତି । ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ବିଗ ବସ 11ର ବିଜେତା ତଥା ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସିନ୍ଦେ ।
ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ ପରିବାରବାଦ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଭେଦଭାବର ଶିକାର ସମସ୍ତେ ହେଉଛନ୍ତି । ଯାହାର ଶିକାର ସେ ନିଜ ପପୁଲାର ଧାରାବାହିକ ‘ଭାବିଜି ଘର ପେ ହେଁ’ ସମୟରେ ହୋଇଥିଲେ ।
ଏବେ ଆକ୍ଟରଙ୍କ ପୁଅ ଆକ୍ଟର ହେବ, ଡାକ୍ତର ପୁଅ ଡାକ୍ତର ହେବ ଭଳି କଥା କହୁଥିବା ପରିବାରବାଦୀ ଲୋକଙ୍କୁ ସେ ଆଦୌ ବୁଝିପାରୁନାହାଁନ୍ତି । ସେ ଭେଦଭାବର ଶିକାର ହୋଇଥିବା ବଡ ଉଦହାରଣ । ତାଙ୍କୁ ଅନେକ କଥା ମେକର୍ସ କହିଥିଲେ ଏହାସହ କାମ କରନାହିଁ । ଟିଭି ଇଣ୍ଡଷ୍ଟ୍ରି ହେଉ କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରି ସବୁଠି ଗ୍ରୁପରେ କାମ କରାଯାଏ । ସେ ଏପରି ଜିନିଷର ଫେସ କରିସାରିଛନ୍ତି । ତାଙ୍କୁ 20-20 ନୋଟିସ ମିଳୁଥିଲା । ତାଙ୍କ ଉପରେ କ୍ଷତି ହେବା ଅଭିଯୋଗ ଲଗାଉଥିଲେ ମେକର୍ସ । ‘ଭାବିଜି ଘର ପେ ହେଁ’ ଧାରାବାହିକ ସମୟରେ ସେ ଏସବୁ ଜିନିଷକୁ ନେଇ ମାନସିକ ଚିନ୍ତାରେ ଆସିଯାଇଥିଲେ । ଯେଉଁଥିରୁ ବାହାରିବା ପାଇଁ ସେ ନିଦ ମେଡିସିନ ମଧ୍ୟ ଖାଇବା ଆରମ୍ଭ କରିଦେଇଥିଲେ । ତାଙ୍କ ସହ ସେହି ସମୟରେ ଯାହା ହୋଇଥିଲା କେହି ମଧ୍ୟ ବୁଝିପାରିବେ ନାହିଁ ବୋଲି କହିଛନ୍ତି ଶିଳ୍ପା ।