ETV Bharat / sitara

ସରିଲା ‘ଖତୋରୋଁ କେ ଖିଲାଡି’ର ସିଜିନ 11ର ସୁଟିଂ, ଧନ୍ୟବାଦ ଜଣାଇଲେ ରୋହିତ

author img

By

Published : Jun 22, 2021, 1:56 PM IST

ଗତ 45 ଦିନରୁ ଆଫ୍ରିକାର କେପଟାଉନରେ ଚାଲିଆସିଥିବା ‘ଖତୋରୋଁ କେ ଖିଲାଡି’ ସିଜିନ 11ର ସୁଟିଂ ଶେଷ । ଖୁବଶୀଘ୍ର ହେବ ପ୍ରସାରଣ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ

ମୁମ୍ବାଇ: କଲର୍ସର ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି’ର ସିଜିନ 11ର ସୁଟିଂ କେପଟାଉନରେ ଚାଲିଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି । ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ଏହି ସୂଚନା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାସହ ସେ ଶୋ ସହିତ ଜଡିତ ସମସ୍ତ ସଦସ୍ୟଙ୍କୁ କୋରୋନା ସଙ୍କଟ ମଧ୍ୟରେ ସୁଟିଂ କରିବାକୁ ଆସିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘42 ଦିନରେ ଶେଷ ହେଲା ଆକ୍ସନ ପ୍ୟାକ ରାଇଡର ଯାତ୍ରା । ଅବଶ୍ୟ ଏହି ସିଜନ ଜବରଦସ୍ତ ହେବାକୁ ଯାଉଛି । ଏହି ସମୟରେ ବିଶ୍ବ ଭୟର ଭାବନା ଦ୍ବାରା ଜଡିତ ଥିବା ବେଳେ ଶୋରେ ସମସ୍ତେ କ୍ରୁ ମେମ୍ବର,କଲର୍ସର ପୁରା ଟିମ, ଷ୍ଟଣ୍ଟ ଟିମ ଏବଂ ପ୍ରତିଯୋଗୀମାନେ ଏହି ସିଜନ ପାଇଁ ସମସ୍ତ ଅସୁବିଧା ବିରୁଦ୍ଧରେ ଅହେତୁକ ସାହସ ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।’

ପ୍ରକାଶ ଥାଉକି ନିକଟରେ ଶୋରୁ ଆଉଟ୍ ହୋଇଯାଇଥିଲେ ଟିଭି ଅଭିନେତା ଅଭିନବ ଶୁକ୍ଲା । ତାଙ୍କ ପୂର୍ବରୁ ବିଗବସ 14 ଫେମ ନିକ୍କି ତମ୍ବୋଲି ମଧ୍ୟ ଶୋରୁ ବାହାରିଯାଇଥିଲେ । ଏବେ ଟପ୍ 4ରେ ଅଛନ୍ତି ଗାୟକ ରାହୁଲ ବୈଦ୍ୟ, ଦିବ୍ୟାଙ୍କା ତ୍ରିପାଠୀ, ଅର୍ଜୁନ ବିଜଲାନୀ ଓ ବରୁଣ ସୁଦ ଭଳି କଳାକାର ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.