ହାଇଦ୍ରାବାଦ: ‘ମୋଦି ଜର୍ଣ୍ଣି ଅଫ ଏ କମନ ମ୍ୟାନ’ ୱେବ ସିରିଜର ଷ୍ଟ୍ରିମିଂ ପୁଣି ଆରମ୍ଭ କରାଯାଇଛି । ନିର୍ବାଚନର କିଛି ଦିନ ପୂର୍ବରୁ ଏହାକୁ ରିଲିଜ କରାଯାଇଥିଲା ମାତ୍ର ନିର୍ବାଚନ ଆରମ୍ଭ ହେବା ପରେ ଏହାର ଷ୍ଟ୍ରିମିଂକୁ ବନ୍ଦ କରାଯାଇଥିଲା ।
ତେବେ ମାସେ ପରେ ଏହାକୁ ପୁଣି ଇରୋସ ନାଓରେ ଆରମ୍ଭ କରାଯାଇଛି । ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଲା । ସିରିଜର 10ଟି ଏପିସୋଡ ଥିଲା ବେଳେ ନିର୍ବାଚନ ପୂର୍ବରୁ 5ଟି ଏପିସୋଡ ରିଲିଜ କରାଯାଇଥିଲା ।
ତେବେ ପୁଣି ଗତକାଲି ପ୍ରଥମରୁ ଏପିସୋଡ ରିଲିଜ କରାଯାଇଛି । ଇରୋସ ନାଓର ଚିଫ କଣ୍ଟେଟ ଏଡିଟର ରିଧିମା ଲୁଲା କହିଥିଲେ, ଏପିସୋଡ 6 ଓ 7କୁ ନିର୍ବାଚନ ଫଳାଫଳ ଦିନ 5ଟି ଭାଷାରେ ରିଲିଜ କରାଯିବ । ତେବେ ସିରିଜ ଜରିଆରେ ମୋଦିଙ୍କ ସଘଂର୍ଷର କାହାଣୀ ଲୋକଙ୍କୁ ଜଣାଇବା ଆମ ଉଦ୍ଦେଶ୍ୟ ବୋଲି କହିଛନ୍ତି ରିଧିମା ।