ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ପିତାଙ୍କ ପରଲୋକ । ରବିବାର ସକାଳେ ତାଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।
ସୂଚନା ଅନୁଯାୟୀ, କିଛି ଦିନ ହେଲା ମନୋଜ ବାଜପେୟୀ କେରଳରେ ନିଜର ଆଗାମୀ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଥିଲେ । ଗତ ମାସରେ ସେ ନିଜ ବାପାଙ୍କ ଅସୁସ୍ଥତା ଖବର ଶୁଣି କେରଳରୁ ଦିଲ୍ଲୀ ଆସିଥିଲେ । ଦିଲ୍ଲୀର ଏକ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଆର କେ ବାଜପେୟୀଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ସପ୍ତାହରେ ହିଁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।
ମନୋଜ ବାଜପେୟୀ ବିହାରର ମୂଳ ବାସିନ୍ଦା ଅଟନ୍ତି । ପାଠପଢା ପାଇଁ ସେ ଦିଲ୍ଲୀ ଆସିଥିଲେ । ମାୟାନଗରୀରେ ଅଭିନେତା ବନିବାର ସ୍ବପ୍ନ ପରେ ସେ ବଲିଉଡର ଜଣେ ଜଣାଶୁଣା କଳାକାର ଭାବେ ନାଁ କମାଇଛନ୍ତି ।
@ANI