ETV Bharat / sitara

Friendship Day: RRR ମେକର୍ସ ରିଲିଜ କଲେ ଥିମ ସଙ୍ଗ 'ଦୋସ୍ତି'

author img

By

Published : Aug 1, 2021, 1:01 PM IST

ଆଜି ପବିତ୍ର ବନ୍ଧୁତ୍ବ ଦିବସ ଅବସରରେ ରିଲିଜ ହୋଇଛି RRR ଚଳଚ୍ଚିତ୍ରର ଥିମ ସଙ୍ଗ 'ଦୋସ୍ତି' । ଅଧିକ ପଢନ୍ତୁ...

Friendship Day: RRR ମେକର୍ସ ରିଲିଜ କଲେ ଥିମ ସଙ୍ଗ 'ଦୋସ୍ତି'
Friendship Day: RRR ମେକର୍ସ ରିଲିଜ କଲେ ଥିମ ସଙ୍ଗ 'ଦୋସ୍ତି'

ହାଇଦ୍ରାବାଦ: ଆଜି ହେଉଛି ବନ୍ଧୁମାନଙ୍କ ପାଇଁ ଦିନଟିଏ ଅର୍ଥାତ ବନ୍ଧୁତ୍ବ ଦିବସ । ଏହି ଦିବସ ଅବସରରେ ବନ୍ଧୁତ୍ବକୁ ନେଇ ଏକ ଥିମ ସଙ୍ଗ 'ଦୋସ୍ତି' ରିଲିଜ କରିଛି RRR ମେକର୍ସ । ଏହି ଗୀତଟି ୫ଟି ଭାଷାରେ ରିଲିଜ ହୋଇଛି । ଏହାକୁ ଟି-ସିରିଜ ଓ ଲାହାରି ମ୍ୟୁଜିକରେ ରିଲିଜ କରାଯାଇଛି ।

ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ RRRର ରହିଛି ଏହି ଗୀତ । ଏହାକୁ ଗାଇଛନ୍ତି ଅମିତ ତ୍ରିବେଦୀ, ଅନିରୁଦ୍ଦ ରବିଚନ୍ଦର, ବିଜୟ ୟେସୁଦାସ, ହେମା ଚନ୍ଦ୍ର ଓ ୟାଜିନ ନାଜିର । ଏହି ଫିଲ୍ମଟି ଭାରତରେ ନିର୍ମିତ ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଥିବା ବେଳେ ଏହାକୁ ଏସ୍ ରାଜାମୌଲି ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଅଭିନେତା ରାମ ଚରଣ ଓ ଜୁନିଅର NTR ଫ୍ରିଡମ ଫାଇଟର ଭାବେ ଅଭିନୟ କରିଛନ୍ତି । ଯିଏକି ବ୍ରିଟିଶ ଓ ହାଇଦ୍ରାବାଦର ନିଜାମ ପାଇଁ ଲଢୁଛନ୍ତି ।

ତେବେ ଏଥିରେ ଆଲିଆ ଭଟ୍ଟ ଓ ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ଫ୍ରିଡମ ଫାଇଟର କୋମାରାମ ଭୀମ ଓ ଆଲୁରି ସିତା ରାମରାଜୁଙ୍କ ଉପରେ ଆଧାରିତ । ତେବେ ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲାମ, କନ୍ନଡ ଓ ଅନ୍ୟ କିଛି ଭାରତୀୟ ଭାଷାରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.