ETV Bharat / sitara

ଆସିଲା ‘ଛବିରାଣୀ’ ଦ ଅନଟୋଲ୍ଡ ଷ୍ଟୋରୀର ଟିଜର, ଦେଖନ୍ତୁ ଭିଡିଓ

ରିଲିଜ ହେଲା ‘ଛବିରାଣୀ’ ଚଳଚ୍ଚିତ୍ରର ଟିଜର । ଯେଉଁଥିରେ ଦେଖିବାକୁ ମିଳିଛି ଛବିରାଣୀଙ୍କ ଦୁଃଖଭରା କାହାଣୀ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ@odiapk
author img

By

Published : Aug 20, 2019, 7:36 PM IST

ଭୁବନେଶ୍ବର: ଓଡ଼ିଶାର ଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଆସୁଛି ଫିଲ୍ମ । ବବି ଇସଲାମ ଛବିରାଣୀ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ତୁଲାଇବା ସହ ଫିଲ୍ମର ନିର୍ଦ୍ଦେଶନା ଭାର ଏବଂ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@ଓଡ଼ିଆ ଫିଲ୍ମ କ୍ରିଟିକ୍ସ

ଇତିମଧ୍ୟରେ ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଟିଜର ରିଲିଜ ହୋଇଯାଇଛି । ଯେଉଁଥିରେ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦେଖିବାକୁ ପାଇବେ ଦର୍ଶକ । ଏହି ଅବସରରେ ଓଡି଼ଆ ଫିଲ୍ମ କ୍ରିଟିକ୍ସ ଟ୍ବିଟର ଜରିଆରେ ଚଳଚ୍ଚିତ୍ରର ଟିଜରକୁ ସେୟାର କରାଯାଇଛି । ‘ଛବିରାଣୀ’ ଚଳଚ୍ଚିତ୍ରରେ ଓଡ଼ିଆର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ମିହୀର ଦାସ, ଅନୁ ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ନିକଟରେ ‘ଛବିରାଣୀ’ ଚଳଚ୍ଚିତ୍ରକୁ ନେଇ ବବି ଏକ ସାକ୍ଷାତକାରରେ କହିଥିଲେ କି ଛବିରାଣୀ କେବଳ ଓଡି଼ଶାର ଜଣେ ଝିଅର କାହାଣୀ ନୁହେଁ, ବରଂ ଏହା ଦେଶର କୋଣଅନୁକୋଣରେ ଥିବା ସେହି ଝିଅମାନଙ୍କ କାହାଣୀ ଯିଏ ଯୌନ ନିର୍ଯାତନାରେ ନିର୍ଯାତିତ ହୋଇଛନ୍ତି । କିଛିଦିନ ପୂର୍ବରୁ ସତ୍ୟ କାହାଣୀରେ ଆଧାରିତ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଚଳଚ୍ଚିତ୍ର ପାଟଣାଗଡ ରିଲିଜ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଣି ଏପରି ବାସ୍ତବିକ କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ମନ ବଳାଇଛନ୍ତି ଓଡିଆ ନିର୍ମାତା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.