ETV Bharat / sitara

ରୋମାଣ୍ଟିକ କାହାଣୀକୁ ନେଇ ମୁକ୍ତିଲାଭ କଲା ‘ଲଭ ଟୁଇଷ୍ଟ’ - ପୁଷ୍ପା ପଣ୍ଡା

ଦର୍ଶକଙ୍କ ଅପେକ୍ଷାର ଘଟିଲା ଅନ୍ତ। ଆଜି ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଲଭ ଟୁଇଷ୍ଟ’ । ବସ୍ତି ଯୁବକର ପ୍ରେମଭରା କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 27, 2019, 9:29 PM IST

ଭୁବନେଶ୍ବର: ଶୁକ୍ରବାର ରିଲିଜ ହୋଇଯାଇଛି ଚର୍ଚ୍ଚିତ ଚଳଚ୍ଚିତ୍ର ‘ଲଭ ଟୁଇଷ୍ଟ’ । ରିଲିଜ ପୂର୍ବରୁ ଅନନ୍ତ ଭାରତୀ କ୍ରିଏସନ ନିବେଦିତ ଏହି ଫିଲ୍ମର ପ୍ରିମିୟର ସ୍ଥାନୀୟ ରବି ଟକିଜରେ ରଖାଯାଇଥିଲା । ଅନନ୍ତ କୁମାର ସାମଲ ଓ ଅନନ୍ତ ସିଂଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ରୋମାଣ୍ଟିକ ଚଳଚ୍ଚିତ୍ରଟି ଏକ ମୌଳିକ କାହାଣୀକୁ ନେଇ ନିର୍ମାଣ ହୋଇଥିବା କହିଛନ୍ତି ଅନନ୍ତ ସିଂ।

ଯାହାକି ଏକ ବସ୍ତି ଯୁବକର ସଂଘର୍ଷ କାହାଣୀକୁ ନେଇ କେନ୍ଦ୍ରିତ ବୋଲି ସେ କହିଛନ୍ତି। ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ସଚ୍ଚିଦାନନ୍ଦ ସାମଲ ଦେଇଥିବାବେଳେ ବାପୁ ଗୋସ୍ବାମୀଙ୍କ ଗୀତକୁ ଶାନଦାର ସଙ୍ଗୀତରେ ସଜାଇଛନ୍ତି ସୁଶୀଲ ଦଳାଇ।

ଭିଡିଓ ସୌଜନ୍ଯ: ପ୍ରତିନିଧି,ଭୁବନେଶ୍ବର

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସଚ୍ଚିଦାନନ୍ଦ ଓ ମନସ୍ମିତାଙ୍କୁ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଜରିଆରେ ଓଲଉଡିରେ ଡେବ୍ୟୁ କରିଛନ୍ତି ମନସ୍ମିତା । ସଚ୍ଚିଦାନନ୍ଦଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତା ମିହିର ଦାସ, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, କାଳି ଓ ପ୍ରଜ୍ଞା ଖଟୁଆଙ୍କ ଶାନଦାର ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଛି । ପ୍ରେମ କାହାଣୀକୁ ନେଇ ଆଧାରିତ ହୋଇଥିବାରୁ ଫିଲ୍ମଟି ଯୁବପିଢିଙ୍କ ବେଶ ମନ କିଣିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଅନନ୍ତ ଭାରତୀ କ୍ରିଏସନ ନିବେଦିତ ଓଡ଼ିଆ ଫିଲ୍ମ ଲଭ ମିଷ୍ଟ୍ରି ର ପ୍ରିମିୟର ସ୍ଥାନୀୟ ରବି ଟକିଜ ଠାରେ ଅନୁଷ୍ଠିତ ହୋଇଯାଇଛି।

Body:ଅନନ୍ତ କୁମାର ସାମଲ ଓ ଅନନ୍ତ ସିଂଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଟି ଏକ ମୌଳିକ କାହାଣୀକୁ ନେଇ ତିଆରି ହୋଇଥିବା କହିଛନ୍ତି ଅନନ୍ତ ସିଂ।ଯାହାକି ଏକ ବସ୍ତି ପିଲାର କାହାଣୀକୁ ନେଇ କେନ୍ଦ୍ରତ ବୋଲି ସେ କହିଛନ୍ତି।ଏହି ଫିଲ୍ମରେ କାହାଣୀ,ଚିତ୍ରନାଟ୍ୟ,ସଂଳାପ ଓ ନିର୍ଦେଶନା ସଚ୍ଚିଦାନନ୍ଦ ସାମଲ ଦେଇଥିବାବେଳେ ବାପୁ ଗୋସ୍ୱାମୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ସୁଶୀଲ ଦଳାଇ।ଏହି ଚଳଚିତ୍ରରେରର ମୁଖ୍ୟ ଭୂମିକାରେ ସଚ୍ଚିଦାନନ୍ଦ ନଜର କୁ ଆସିଛନ୍ତି।ଯେକି ଉଭୟ ନିର୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ,ପିଣ୍ଟୁ ନନ୍ଦ,ପୁଷ୍ପା ପଣ୍ଡା,କାଳି ଓ ପ୍ରଜ୍ଞା ଖଟୁଆ ଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି।ଏହି ଫିଲ୍ମଟି ପ୍ରେମ କାହାଣୀକୁ ନେଇ ହୋଇଥିବାରୁ ଯୁବ ପିଢିଙ୍କୁ ବେଶ ଆକୃଷ୍ଟ କରୁଥିବା ଦେଖିବାକୁ ଆସିଥିବା ପିଲାମାନେ କହିଛନ୍ତି।
ବାଇଟ-ହିରୋ/ନିର୍ଦେଶକ-ସଚ୍ଚିଦାନନ୍ଦ
ବାଇଟ-ହିରୋଇନ
ବାଇଟ-ପ୍ରଯୋଜକ-ଅନନ୍ତ ସିଂ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.