ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରା ଏହି ସମୟରେ ନିଜର ଆଗାମୀ ଫିଲ୍ମ 'ଜବରିୟା ଯୋଡି'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ପାଇଁ ନିକଟରେ ଦୁଇଜଣ ଦିଲ୍ଲୀରେ ପହଞ୍ଚିଥିଲେ । ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର କିଛି ଦିନ ଅଛି । କିନ୍ତୁ ଫିଲ୍ମର ରିୟାଲିଷ୍ଟିକ ବିଷୟ ବସ୍ତୁ ପାଇଁ ନିର୍ଦ୍ଦେଶକ ପ୍ରଶାନ୍ତ ସିଂହଙ୍କୁ ଧମକପୂର୍ଣ୍ଣ ଫୋନ କଲ ଆସିବା ଆରମ୍ଭ ହୋଇଯାଇଛି ।
କଥାଟି ହେଲା କି 'ଜବରିୟା ଯୋଡି' ଫିଲ୍ମଟି ବିହାର, ଉତ୍ତର ପ୍ରଦେଶରେ ପ୍ରଚଳିତ ପକଡୱା ବିବାହ ଉପରେ ଆଧାରିତ । ଯାହା ଯୁଗ ଯୁଗରୁ ବିହାର ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ପ୍ରଚଳିତ ହେଉଆସୁଛି । ଯେଉଁଥିରେ ପୁଅଙ୍କୁ ଜବରଦସ୍ତ ଝିଅ ଘର ଲୋକ ଉଠାଇ ନେଇ ନିଜ ଝିଅ ସହ ଜବରଦସ୍ତ ବିବାହ କରାଇଥାନ୍ତି ।
ଫିଲ୍ମରେ ଏହି ବିଷୟବସ୍ତୁକୁ ସବୁଠାରୁ ସମ୍ବେଦନଶୀଳ ଏବଂ ମଜାଦାର ରୂପେ ପର୍ଯ୍ୟବେଶିତ କରାଯାଇଛି । ଅନ୍ୟପଟେ ପକଡୱା ବିବାହରେ ସାମିଲ ଥିବା ଗୁଣ୍ଡାଙ୍କୁ ଫିଲ୍ମଟି ଆଦୌ ପସନ୍ଦ ଆସୁନାହିଁ । ତେଣୁ ସେ ନିର୍ଦ୍ଦେଶକଙ୍କୁ ଫିଲ୍ମର ପ୍ରଚାର ନକରିବାକୁ ଫୋନ କରି ଧମକ ଦେଇଛନ୍ତି। ଏହାସହ ଫିଲ୍ମ ରିଲିଜ ଉପରେ ମଧ୍ୟ ଆପତ୍ତି ପ୍ରକାଶ କରିଛନ୍ତି।
ଟ୍ରେଲର ରିଲିଜ ହେବା ପରଠାରୁ ହିଁ ପ୍ରଶାନ୍ତଙ୍କୁ ଏହି ଧମକଭରା କଲ ଆସିବା ଆରମ୍ଭ ହୋଇଯାଇଥିଲା । ଅଜଣା ଲୋକେ ତାଙ୍କୁ ବାରମ୍ବାର ଫୋନ କରି ଧମକ ଦେବାରେ ଲାଗିଛନ୍ତି ।