ETV Bharat / sitara

ଘରକୁ ଫେରିଲେ ସୁରିଆ

author img

By

Published : Feb 12, 2021, 12:24 PM IST

ସୁରିଆଙ୍କ ନେଇ ନୂଆ ଖବର । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା । ରବିବାର କୋରୋନା ସଂକ୍ରମିତ ହେବା ସୂଚନା ଦେଇଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରିଆ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁରିଆ

ହାଇଦ୍ରାବାଦ: ନିକଟରେ କୋରୋନା ସଂକ୍ରମିତ ହୋଇଥିବା ସାଉଥର ଲୋକପ୍ରିୟ ଅଭିନେତା ସୁରିଆଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ବର୍ତ୍ତମାନ କୋରୋନା ମୁକ୍ତ ସୁରିଆ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେ । ଯାହାର ସୂଚନା ତାଙ୍କ ଭାଇ କାର୍ତ୍ତି ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।

ରବିବାର ଅଭିନେତାଙ୍କ କୋରୋନା ସଂକ୍ରମିତ ହେବା ଖବର ଶୁଣିବାକୁ ମିଳିଥିଲା । ଆଉ ସେ ମହାମାରୀରେ ସୁରକ୍ଷିତ ରହିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ସେପଟେ ଭାଇଙ୍କ ସୁସ୍ଥ ହେବା ଖବର ବିଷୟରେ ଜଣାଇ କାର୍ତ୍ତି ପୋଷ୍ଟରେ ଲେଖିଛନ୍ତି, ‘ଅନ୍ନା ଘରକୁ ଫେରିଆସିଛନ୍ତି । ସୁରିଆଙ୍କ ପାଇଁ ପ୍ରାର୍ଥନା କରୁଥିବାରୁ ଧନ୍ୟବାଦ । ଭାଇ କିଛି ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବେ ।’ ଏହି ପୋଷ୍ଟରେ ସୁରିଆ କୋରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି କି ନାହିଁ ଲେଖିନାହାଁନ୍ତି ସେ ।

ପ୍ରକାଶ ଥାଉକି ଶେଷଥର ଫିଲ୍ମ ‘ସୁରାରାଇ ପୋଟରୁ’ରେ ନଜର ଆସିଥିଲେ ସୁରିଆ । ଯାହାର କାହାଣୀ ଏୟାର ଡେକାନର ପ୍ରତିଷ୍ଠାତା କ୍ୟାପ୍ଟ ଜି ଆର ଗୋପୀନାଥଙ୍କ ଜୀବନ ଉପରେ ଆଧାରିତ । ଖାଲି ଏତିକି ନୁହେଁ ଏହି ଫିଲ୍ମ ଓସ୍କାର 2021 ଦୌଡ଼ରେ ମଧ୍ୟ ସାମିଲ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.