ETV Bharat / sitara

ପାକିସ୍ତାନୀ ସଙ୍ଗୀତକାର ଫରହାଦଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ସେଲିବ୍ରିଟି - ଗାୟକ ଫରହାଦ ହୁମାୟୁନଙ୍କ ଅକାଳ ବିୟୋଗ

ମାତ୍ର 42 ବର୍ଷ ବୟସରେ ଆଖି ବୁଜିଲେ ପାକିସ୍ତାନୀ ସଙ୍ଗୀତକାର ଫରହାଦ ହୁମାୟୁଁ । ବ୍ରେନ ଟ୍ୟୁମରରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ...

ପାକିସ୍ତାନୀ ସଙ୍ଗୀତକାର ଫରହାଦଙ୍କ ଦେହାନ୍ତ
ପାକିସ୍ତାନୀ ସଙ୍ଗୀତକାର ଫରହାଦଙ୍କ ଦେହାନ୍ତ
author img

By

Published : Jun 9, 2021, 8:48 AM IST

Updated : Jun 9, 2021, 9:28 AM IST

ଇସଲାମବାଦ: ଫେମସ ପାକିସ୍ତାନୀ ସଙ୍ଗୀତକାର ତଥା ଗାୟକ ଫରହାଦ ହୁମାୟୁନଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଛି । ମାତ୍ର 42 ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । ଫରହାଦଙ୍କ ଦେହାନ୍ତ ଖବର ତାଙ୍କ ବ୍ୟାଣ୍ଡ ଓଭରଲୋଡର ଅଫିସିଆଲ୍ ଫେସବୁକ୍ ପେଜରେ ଦିଆଯାଇଛି । ସେପଟେ ତାଙ୍କ ମୃତ୍ୟୁରେ ପାକିସ୍ତାନ କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ତାଙ୍କ ମୃତ୍ୟୁ ସୂଚନା ଦିଆଯାଇ ପୋଷ୍ଟରେ ଲେଖାଯାଇଛି, ‘ଆଜି ସକାଳେ ଶାନଦାର ଫରହାଦ ହୁମାୟୁଁ ଆମକୁ ଛାଡି ଚାଲିଯାଇଛନ୍ତି । ସବୁବେଳେ ଚ୍ୟାଲେଞ୍ଜ ନେବାକୁ ଜିଦ୍ ରଖୁଥିବା, ନିଜ ଅନ୍ଦାଜରେ ରହୁଥିବା ମଜାଳିଆ ମଣିଷ ଥିଲେ ସେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

ସେପଟେ ଫରହାଦଙ୍କ ମୃତ୍ୟୁ ଖବର ଶୁଣି ଫେମସ ଗାୟକ ଆତିଫ ଅସଲମ ଟ୍ବିଟରରେ ଶୋକ ପ୍ରକାଶ କରିଛନ୍ତି । ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଧନ୍ୟବାଦ ଫାଦି ଆମକୁ ଶାନଦାର ଗୀତ ଯୋଗାଇଥିବାରୁ । ଆମକୁ ଭଲ ସମୟ ଦେବା ସହ ମୋର ପ୍ରଥମ ଆଲବମରେ କାମ କରିବା ପାଇଁ । ମୁଁ ଆମ ଆଗାମୀ କାମକୁ ନେଇ ଉତ୍ସାହିତ ଥିଲା । ହେଲେ ଦୁର୍ଭାଗ୍ୟବଶତଃ ଯାହା ଏବେ ଆଉ ପୁରା ହୋଇପାରିବ ନାହିଁ ।’

  • Thank you, Fadi, for giving us great music, good times & for playing on my 1st album. Buddy, I was thrilled abt r collab - I have finished the lyrics as well but I didn’t know we won’t be able to make it happen.#farhadhumayun #RestInPeace #GoneTooSoon

    1/2

    — Atif Aslam (@itsaadee) June 8, 2021 " class="align-text-top noRightClick twitterSection" data=" ">

ଆତିଫଙ୍କ ବ୍ୟତୀତ ଅଭିନେତା ତଥା ଗାୟକ ଅଲ୍ଲୀ ଜଫର ମଧ୍ୟ ଶୋକ ପ୍ରକାଶ କରି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ବିଦାୟ ପୁରୁଣା ବନ୍ଧୁ । ତୁମେ ବହୁତ ଲୋକଙ୍କ ପ୍ରେରଣା ଥିଲ । ସଙ୍ଗୀତ ଏବଂ ଲୋକଙ୍କ ଜୀବନରେ ଆପଣଙ୍କର ଅବଦାନ କିଛି ଧାଡିରେ ବ୍ୟାଖ୍ୟା କରାଯାଇପାରିବ ନାହିଁ । ତୁମେ ଜଣେ ସଙ୍ଗୀତଜ୍ଞ ଏବଂ କଳାକାରଠାରୁ ଅଧିକ । ତୁମେ ଜଣେ ଫାଇଟର ଏବଂ ମହାନ ବ୍ୟକ୍ତି ଥିଲ ।’

  • Good bye old friend. You were an inspiration for so many. Your contribution to music and in people’s lives cannot be defined in a few lines. You were more than a musician and a performer...you were a fighter... destined for greatness and great you were. R.I.P #farhadhumayun pic.twitter.com/RW4hvr5exC

    — Ali Zafar (@AliZafarsays) June 8, 2021 " class="align-text-top noRightClick twitterSection" data=" ">

Last Updated : Jun 9, 2021, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.