ETV Bharat / sitara

ଗୀତ ଜରିଆରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅପିଲ

ବଲିଉଡ ସେଲିବ୍ରିଟିଙ୍କ ପରେ ଏବେ ଓଲିଉଡ ସେଲିବ୍ରିଟି ମଧ୍ୟ ବିଭିନ୍ନ ଉପାୟରେ ଫ୍ୟାନ୍ସଙ୍କୁ କୋରୋନା ଭାଇରସରୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ପ୍ରଶାନ୍ତ କୁମାର ପାଢୀ।

prashant kumar padhi
ଫଟୋ ସୌଜନ୍ୟ: ଫେସବୁକ@ଫ୍ୟାନକ୍ଲବ
author img

By

Published : Mar 21, 2020, 1:45 PM IST

ଭୁବନେଶ୍ବର: ବିଶ୍ବରେ ବର୍ତ୍ତମାନ କୋରୋନା ମହାମାରୀର ଆତଙ୍କ। ଏହି ଭାଇରସରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ କଟକଣା କରି ଲୋକମାନଙ୍କ ମଧ୍ୟରେ ଏହାର ସଂକ୍ରମଣ କମ କରିବା ପାଇଁ ଚେଷ୍ଟା ଚଳାଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତାକାଲି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳିବାକୁ ଅପିଲ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧୀ,ଭୁବନେଶ୍ବର

ଆଉ ଏହାକୁ ଦେଶରେ ବିଭିନ୍ନ ବର୍ଗର ଲୋକମାନେ ଏପରିକି ଫିଲ୍ମ ଷ୍ଟାର, ସ୍ପୋର୍ଟସ ଷ୍ଟାର, ସାହିତ୍ୟିକ ଓ ଅନ୍ୟମାନେ ସମର୍ଥନ କରିବା ପାଇଁ ଲୋକମାନଙ୍କୁ ଅପିଲ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ପାଢୀ ।

ସେ ଏକ ଶାନଦାର ଗୀତ ମାଧ୍ୟମରେ ସାରା ଓଡ଼ଶୀବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ସେ ପ୍ରଶଂସକଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.