ଭୁବନେଶ୍ବର: ଦୀର୍ଘ ସମୟ ପରେ ଚଳଚ୍ଚିତ୍ର ‘ଆଉ ଏକ ପ୍ରେମ କାହାଣୀ’ରେ ତିନୋଟି ଅବତାରରେ ନଜର ଆସିବେ ଲୋକପ୍ରିୟ ଅଭିନେତ୍ରୀ ପୁଷ୍ପା ପଣ୍ଡା । ବଡ଼ ପରଦାରେ ଅନେକ ପ୍ରେମ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । କିନ୍ତୁ ଦର୍ଶକ ଏଥର ଦେଖିବେ ଭିନ୍ନ ଧରଣର ପ୍ରେମ କାହାଣୀ ‘ଆଉ ଏକ ପ୍ରେମ କାହାଣୀ’ ରେ।
ଯାହାର ଶୁଭ ମହୁରତ ଶୁକ୍ରବାର ଭୁବନେଶ୍ବର ସ୍ଥିତ ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ର ଜଗତରୁ ଏକ ଲମ୍ବା ବ୍ରେକ ପରେ ପୁଣିଥରେ କମବ୍ୟାକ କରୁଛନ୍ତି ଅଭିନେତା ଦେବାଶିଷ।
ଅନ୍ୟପଟେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କାବ୍ୟା । ଏଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବେଶ ମହତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ଅଭିନେତା ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସ୍ନିଗ୍ଧା ମହାନ୍ତିଙ୍କ ଭଳି କଳାକାର। ଚିନ୍ମୟୀ ମହାନ୍ତିଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅଭିଷେକ ବେହେରା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ