ETV Bharat / sitara

ସାଉଥ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା, 2 ଅଭିଯୁକ୍ତ ଗିରଫ - ସପିଂ ମଲରେ ସାଉଥ ଅଭିନେତ୍ରୀଙ୍କ ସହ ଜାଣିଶୁଣି ଦୁର୍ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତ

କେରଳରେ ଏକ ସପିଂ ମଲରେ ସାଉଥ ଅଭିନେତ୍ରୀଙ୍କ ସହ ଜାଣିଶୁଣି ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ସାଉଥ ଅଭିନେତ୍ରୀଙ୍କ ସହ ଦୁର୍ବ୍ୟବହାର
ସାଉଥ ଅଭିନେତ୍ରୀଙ୍କ ସହ ଦୁର୍ବ୍ୟବହାର
author img

By

Published : Dec 21, 2020, 11:15 AM IST

ଚେନ୍ନାଇ: ରବିବାର କେରଳ ପୋଲିସ ମାଲାୟାଲମ ଅଭିନେତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏର୍ନାକୁଲମର କାଲାମାସେରିରୁ ଦୁଇ ଅଭିଯୁକ୍ତ ରାମଶାଦ ଏବଂ ଆଦିଲ ସେମାନଙ୍କ ଓକିଲଙ୍କ ସହ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ପୋଲିସ ଟିମ୍ ମାଲାପୁରମ୍ ଜିଲ୍ଲାର ପେରିଣ୍ଟାଲମନ୍ନା ଦୁଇଜଣଙ୍କୁ ଉଠାଇ ନେଇଥିଲେ । ପୋଲିସ ସେମାନଙ୍କ ବିବୃତ୍ତିକୁ ରେକର୍ଡ କରି ସୋମବାର କୋର୍ଟରେ ହାଜର କରିବ ।

ଆଉ ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି ଯେ ଆଇପିସି ଧାରା 354ରେ ଅଭିଯୋଗ କରାଯିବ । ଏହାପୂର୍ବରୁ ଅପରାଧୀଙ୍କ ସହ ଜଡିତ ଜଣେ ଓକିଲ କହିଥିଲେ ଯେ ସେମାନେ ଶୀଘ୍ର ପୋଲିସ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବେ ।

ସେପଟେ କୋଚି ମେଟ୍ରୋ ଷ୍ଟେସନରେ ମାସ୍କରେ ମୁହଁ ଘୋଡାଇଥିବା ଦୁଇଜଣ ବ୍ୟକ୍ତିଙ୍କ ସିସିଟିଭି ଭିଜୁଆଲ ପୋଲିସ ଦ୍ବାରା ପ୍ରସାରିତ ହୋଇଥିଲା । ରବିବାର ଦିନ ନ୍ୟୁଜ୍ ଚ୍ୟାନେଲ ଦ୍ବାରା ଏକ ଭିଡିଓ ଟେଲିକାଷ୍ଟରେ ଉତ୍ତର କେରଳର ସେହି ଦୁଇ ଅଭିଯୁକ୍ତ ଅଭିଯୋଗକୁ ଅସ୍ବୀକାର କରିଥିଲେ । ଦୁହେଁ ଦାବି କରିଥିଲେ ଯେ ସେମାନେ ଜାଣିଶୁଣି ଅନୁପଯୁକ୍ତ ଢଙ୍ଗରେ ଅଭିନେତ୍ରୀଙ୍କୁ ସ୍ପର୍ଶ କରିନାହାଁନ୍ତି ।

ପ୍ରକାଶ ଥାଉକି, ଗୁରୁବାର ଏହି ଘଟଣା ଘଟିଥିଲା ​​ଯେତେବେଳେ ଅଭିନେତ୍ରୀ ତାଙ୍କ ମା’, ଭଉଣୀ ଏବଂ ଭାଇଙ୍କ ସହ ସପିଂ କରିବାକୁ ଯାଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଅଭିଯୋଗ କରିଥିଲେ ଯେ ଦୁଇଜଣ ବ୍ୟକ୍ତି ତାଙ୍କ ପାଖ ଦେଇ ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିଠିରେ ହାତ ମାରିଥିଲା । ଏହାକୁ ଆଧାର କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.