ETV Bharat / sitara

‘ଲୋକଙ୍କ ପାଇଁ ହୃଦୟରୁ କରିବାକୁ ଚାହୁଁଛି’

author img

By

Published : Mar 28, 2020, 11:42 PM IST

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମଧ୍ୟ ଅନେକ ସେଲିବ୍ରିଟି ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି କମେଡିଆନ କପିଲ ଶର୍ମା । ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମ ଷ୍ଟାର ଭାବେ ସେ ଫଣ୍ଡକୁ 50 ଲକ୍ଷ ଅର୍ଥ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ....

‘ଲୋକଙ୍କ ପାଇଁ ହୃଦୟରୁ କରିବାକୁ ଚାହୁଁଛି’
‘ଲୋକଙ୍କ ପାଇଁ ହୃଦୟରୁ କରିବାକୁ ଚାହୁଁଛି’

ମୁମ୍ବାଇ: କୋରୋନା ଭୂତାଣୁ ଯୋଗୁଁ ସାରା ବିଶ୍ବରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିଦିନ ହଜାର ହଜାର ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏପରି ସ୍ଥିତିରେ ଭାରତ ସରକାର ମହାମାରୀ ବିରୋଧରେ ଲଢେଇ ପାଇଁ କଡା ପଦକ୍ଷେପ ନେଉଛନ୍ତି । ସରକାରଙ୍କୁ ସବୁ ବର୍ଗର ଲୋକ ବିଭିନ୍ନ ପ୍ରକାର ସମର୍ଥନ ଓ ଆର୍ଥିକ ସହାୟତା ଯୋଗାଉଛନ୍ତି ।

କୋରୋନା ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ଶନିବାର ପିଏମ କେୟାର୍ସ ଫଣ୍ଡ ଖୋଲିଛନ୍ତି । ଏଥିରେ ସବୁ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମଧ୍ୟ ଅନେକ ସେଲିବ୍ରିଟି ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି କମେଡିଆନ କପିଲ ଶର୍ମା । ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମ ଷ୍ଟାର ଭାବେ ସେ ଫଣ୍ଡକୁ 50 ଲକ୍ଷ ଅର୍ଥ ପ୍ରଦାନ କରିଛନ୍ତି ।

ଏନେଇ 38 ବର୍ଷିୟ କମେଡିଆନ କପିଲ କହିଛନ୍ତି ଯେ ଲୋକଙ୍କ ପାଇଁ କିଛି କରିବାକୁ ଇଚ୍ଛା ଅଛି । କେବଳ ଲୋକଦେଖାଣିଆ ନୁହେଁ ହୃଦୟରୁ କରିବାକୁ ଚାହେଁ । ଦେଶ ପାଇଁ କିଛି ଭଲ କରିବାକୁ ଚାହୁଁଛି । ଏହା ଉତ୍ତମ କାର୍ଯ୍ୟ କରିବାକୁ ଉତ୍କୃଷ୍ଟ ସମୟ । ଜଣେ ସାଉଥ ଷ୍ଟାରଙ୍କ ରିଲିଫ ଫଣ୍ଡକୁ ଦାନ ଦେଖିବା ପରେ ଇଚ୍ଛା ହୋଇଥିଲା । ସେଥିପାଇଁ ସଙ୍ଗେ ସଙ୍ଗେ ସାହାଯ୍ୟ କରିଥିଲି । ଆଜି ଲୋକଙ୍କ ପାଇଁ ଏଠାରେ ପହଞ୍ଚିଛି । ଯାହା ପାରିବି ଯେତେ ପାରିବି କରିବି । ଘର ପାଖରେ ଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି ।

ଏହାସହ କପିଲ ଏ ସମୟରେ ସମସ୍ତ ସେଲିବ୍ରିଟିଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ବୋଧହୁଏ ପ୍ରଥମ ଥର ସାରା ବିଶ୍ବ ସ୍ଥିର ହୋଇଯାଇଛି । ଏତେ ବଡ ବିପତ୍ତିକୁ ସାମନା କରିବା ପାଇଁ ଆମ ସମସ୍ତଙ୍କୁ ଏକ ହେବା ଦରକାର । ଏବେ ନିଜ କିମ୍ବା ପର ନୁହେଁ ଗୋଟିଏ ପରିବାର ଭାବେ ଚିନ୍ତା କରିବା ଆବଶ୍ୟକ । ବିଶେଷ କରି ଧନୀଶାଳୀ କିମ୍ବା ଯେଉଁମାନେ କ୍ଷମତା ରଖୁଛନ୍ତି ସେମାନେ ସମସ୍ତେ ଗରିବ, ଦିନ ମଜୁରିଆଙ୍କ ପାଇଁ ଦାନ କରିବା ଉଚିତ । ସରକାରଙ୍କ ଫଣ୍ଡ ଅବା ଏନଜିଓଙ୍କୁ ଏହି ସାହାଯ୍ୟ ଆମେ ଦେଇପାରିବା । ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସୁଟିଂ ବନ୍ଦ ଥିବାରୁ କପିଳ ମୁମ୍ବାଇରେ ଅଛନ୍ତି । ଲକଡାଉନ ଯୋଗୁଁ ସେ ପଞ୍ଜାବ ସ୍ଥିତ ନିଜ ଘରକୁ ଯାଇପାରିନଥିଲେ । ନିଜ ପତ୍ନୀ ଗିନି ଓ 4 ମାସର ଝିଅ ଅନାୟାରା ସହ ସେ କ୍ବାରେଣ୍ଟାଇନରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.