ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ନିକଟରେ ଡ୍ରଗ ଡିଲିଂ କେସରେ ସିସିବି ଦ୍ବାରା ଗିରଫ ହୋଇଥିଲେ । ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କ ସହ ଏଯାବତ 12ଜଣ ସନ୍ଦିଗ୍ଧଙ୍କ ନାମ ସାମ୍ନାକୁ ଆସିଛି । ଯେଉଁମାନଙ୍କ ନାମରେ ଡ୍ରଗ ଡିଲିଂ କେସରେ ଏଫଆଇଆର ରୁଜୁ ହୋଇଛି । ଆଉ ଏବେ ଶୁଣିବାକୁ ମିଳୁଛି ଯେ ରାଗିନୀଙ୍କ ଡ୍ରାଇଭର ସହ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସିସିବି ପୋଲିସ ।
ଅନ୍ୟପଟେ ରାଗିନୀ ବର୍ତ୍ତମାନ ସିସିବି ପୋଲିସର ହେପାଜତରେ ମହିଲା ଆରାମ କେନ୍ଦ୍ରରେ ଅଛନ୍ତି । ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଧରାପଡିଥିବା ରାଗିନୀଙ୍କ ସୋମବାର ପୋଲିସ ହେପାଜତ ଶେଷ ହୋଇଛି । ଶୁଣିବାକୁ ମିଳୁଛି ଯେ ତାଙ୍କୁ ପୁଣି ଗିରଫ କରିବ ସିସିବି ପୋଲିସ ।
ସେହିପରି ରାଗିନୀଙ୍କ ବନ୍ଧୁ ରବିଶଙ୍କରଙ୍କ ବୟାନକୁ ଆଧାର କରି ସିସିବି ପୋଲିସ ଡ୍ରଗ୍ ବେପାରୀ ନୟାଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଯାଞ୍ଚ ପାଇଁ ତାଙ୍କୁ ହେପାଜତକୁ ନିଆଯାଇଛି । ରାଗିନୀ, ରବିଶଙ୍କରଙ୍କୁ ଡ୍ରଗ୍ ଯୋଗାଣ ଅଭିଯୋଗରେ ସିସିବି ପୋଲିସ ରବିବାର ରାତିରେ ନୟାଜଙ୍କୁ ଗିରଫ କରିଛି ।
ଏହାବ୍ୟତୀତ ରାଗିନୀଙ୍କ କାର ଡ୍ରାଇଭରଙ୍କୁ ମଧ୍ୟ ଏହି ମାମଲାରେ ବର୍ତ୍ତମାନ ପଚରାଉଚରା ଚାଲିଛି । ପ୍ରକାଶ ଥାଉକି ସିସିବି ଅଧିକାରୀଙ୍କ ଦ୍ବାରା ରବିଶଙ୍କରଙ୍କ ସହ ସନ୍ଦିଗ୍ଧ ବିରେନ ଶର୍ମାଙ୍କୁ ମେଡିକାଲ ଟେଷ୍ଟ ପାଇ ପଠାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ