ETV Bharat / sitara

ବିଶ୍ବସ୍ତରରେ ଛାଇଲା ‘ଜୋକର’ ପାଗଳାମୀ, 900 ମିଲିୟନ ଡଲାରରେ ଫିଲ୍ମ

ହଲିଉଡର ଚର୍ଚ୍ଚିତ ଫିଲ୍ମ ‘ଜୋକର’ 900 ମିଲିୟନ ଡଲାର ଆୟ କରିସାରିଛି। ଏହା ଫୋନିକ୍ସଙ୍କ କ୍ୟାରିୟରର ସବୁଠାରୁ ବଡ ହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଛି । ଏହି ଫିଲ୍ମଟି ଭାରତରେ ମଧ୍ୟ 50 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ମେଣ୍ଟାଲ ହେଲଥ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମକୁ ବିଶ୍ବରେ ଖୁବ୍ ପସନ୍ଦ କରାଯାଉଛି।

author img

By

Published : Nov 4, 2019, 7:53 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫୋନିକ୍ସ

ମୁମ୍ବାଇ:ଯେଉଁଠାରେ ଅକ୍ଟୋବର 2ରେ ‘ୱାର’ ଏବଂ ‘ସାଏରା ନରସିମ୍ହା ରେଡ୍ଡି’ ଭଳି ଭାରତୀୟ ସିନେମା ରିଲିଜ ହୋଇଥିଲା । ସେଠାରେ ହଲିଉଡ ଫିଲ୍ମ ଲଭର୍ସଙ୍କୁ ‘ଜୋକର’ ଭଳି ଫିଲ୍ମର ଉପହାର ମିଳିଥିଲା। ବକ୍ସ ଅଫିସ କଲେକ୍ସନ ମାମଲାରେ ଏହି ହଲିଉଡ ଫିଲ୍ମକୁ ଭାରତରେ ଦମଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଜୋକୀନ ଫୋନିକ୍ସ ଷ୍ଟାରର ଫିଲ୍ମ ‘ଜୋକର’ ବକ୍ସ ଅଫିସରେ ଜବରଦସ୍ତ ଆୟ କରି ଅନେକ ରେକର୍ଡ ଭାଙ୍ଗିଛି । ମାନସିକ ବିକୃତ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।

ବର୍ତ୍ତମାନ ଟ୍ରେଡ ଆନାଲିଷ୍ଟ ଅନୁମାନ କରୁଛନ୍ତି ଏହି ଫିଲ୍ମଟି 1 ବିଲିୟନ ଡଲାରରୁ ଅଧିକ ଆୟ କରିବ । ଫିଲ୍ମଟି ଆମେରିକା ସିନେ ବଜାରରେ 600 ମିଲିୟନରୁ ଅଧିକ ଆୟ କରିଛି । ଆଉ ବିଶ୍ବସ୍ତରରେ ଫିଲ୍ମଟି 900 ମିଲିୟନ ଡଲର୍ସ ଆୟ କରିବାରେ ସଫଳ ହୋଇଛି।

ପ୍ରକାଶ ଥାଉକି ‘ଜୋକର’ ରିଲିଜ ପୂର୍ବରୁ ୟୁଏସ ଆର୍ମି ସେପ୍ଟେମ୍ବର 18ରେ ଏକ ସେଫ୍ଟି ନୋଟିସ ଜାରି କରିଥିଲା । ଏଫବିଆଇରୁ ମିଳିଥିବା ଇନପୁଟ୍ସ ପରେ ଆର୍ମିର ଏହି ନୋଟିସରେ କୁହାଯାଇଥିଲା ଯେ, ‘ସୋସିଆଲ ମିଡିଆରେ କିଛି ପୋଷ୍ଟରର ବିଶ୍ଲେଷଣ କରିବା ପରେ ସାମ୍ନାକୁ ଆସିଛି ଯେ ଜୋକର ରିଲିଜ ଦିନ କିଛି ଲୋକ ସିନେମା ଘରେ ଗୁଳିବର୍ଷଣ କରିପାରନ୍ତି ।’ ଯାହାକୁ ନେଇ ଚର୍ଚ୍ଚାରେ ଆସିଥିଲା ଏହି ଫିଲ୍ମ।

Intro:Body:

LIPINA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.