ଭୁବନେଶ୍ବର: ଅଭିନେତା ଜ୍ୟୋତିଙ୍କ ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ର ପ୍ରମୋଶନ କଲେ ଜ୍ୟୋତିଙ୍କ ଫ୍ୟାନ କ୍ଲବ । ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଠାରେ ଜ୍ୟୋତିଙ୍କ ଫ୍ୟାନ୍ସ କ୍ଳବ କେକ୍ କାଟି ଫିଲ୍ମ ପ୍ରମୋଶନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିରେ ଯୋଗ ଦେଇଥିଲେ ଜ୍ୟୋତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ରିସ୍ତା ୱେବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ଖୁବ ଶୀଘ୍ର ବଡ଼ ପରଦାକୁ ଆସିବ। ଏହାର ସୁଟିଂ କିଛି ଦିନ ତଳେ ଶେଷ ହୋଇଥିବା ବେଳେ ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ କୁମାର ସାହୁ ଓ ସହ-ନିର୍ଦେଶକ ଭାର ସମ୍ଭାଳିଛନ୍ତି ଅଶ୍ବିନି ଗଡ଼ନାୟକ । ଚଳଚ୍ଚିତ୍ରରେ ଦୁଇ ଦୁଇଟି ମୁଖ୍ୟ ଅଭିନେତା ଜ୍ୟୋତି ଓ ଅମ୍ଳାନ ଥିବା ବେଳେ ଅଭିନେତ୍ରୀ ଶ୍ରଦ୍ଧା ନଜର ଆସିବେ । ଅନେକ ଫିଲ୍ମରେ ଦର୍ଶକଙ୍କ ମନ କିଣିନେଇଥିବା ଜ୍ୟୋତି, ଏହି ଫିଲ୍ମରେ ଦର୍ଶକଙ୍କ ମନକୁ ଜିତି ପାରୁଛନ୍ତି କି ନାହିଁ ଦେଖିବା ବାକି ରହିଲା ।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ