ETV Bharat / sitara

ଦେଶ ଦେଖିବ ମୀରାବାଈ ଚାନୁଙ୍କ ସଂଘର୍ଷର କାହାଣୀ, ଆସୁଛି ମଣିପୁରୀ ଫିଲ୍ମ

author img

By

Published : Aug 1, 2021, 1:00 PM IST

ଟୋକିଓ ଅଲମ୍ପିକ ୨୦୨୦ରେ ଭାରୋତ୍ତଳନରେ ରୌପ ପଦକ ଜିତିଥିବା ମୀରାବାଈ ଚାନୁଙ୍କ ଜୀବନକୁ ନେଇ ନିର୍ମାଣ ହେବ ମଣିପୁରୀ ଫିଲ୍ମ । ଅଧିକ ପଢନ୍ତୁ...

ପରଦାକୁ ଆସିବ ମୀରାବାଈ ଚାନୁଙ୍କ କାହାଣି
ପରଦାକୁ ଆସିବ ମୀରାବାଈ ଚାନୁଙ୍କ କାହାଣି

ଇମ୍ପାଲ: ଟୋକିଓ ଅଲମ୍ପିକ ୨୦୨୦ରେ ଭାରୋତ୍ତଳନରେ ରୌପ ପଦକ ଜିତିଥିବା ମୀରାବାଈ ଚାନୁଙ୍କ ଜୀବନକୁ ନେଇ ନିର୍ମାଣ ହେବ ମଣିପୁରୀ ଫିଲ୍ମ । ଏନେଇ ଶନିବାର ଇମ୍ପାଲର ସେଉଟି ଫିଲ୍ମ ପ୍ରଡକ୍ସନ ଓ ଚାନୁଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ଫିଲ୍ମ ନିର୍ମାଣକାରୀ କମ୍ପାନୀର ଅଧକ୍ଷ ମାନୋବି ଏମଏମଙ୍କ ଦ୍ବାରା ଏହି ସୂଚନା ମିଳିଛି । ସେ କହିଛନ୍ତି ଏହି ଚଳଚ୍ଚିତ୍ରକୁ ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଡବିଙ୍ଗ କରାଯିବ । ସେ ଆହୁରି କହିଛନ୍ତି ଆମେ ବର୍ତ୍ତମାନ ଏପରି ଜଣେ ଝିଅକୁ ଖୋଜୁଛି ଯିଏ ମୀରାବାଈଙ୍କ ଚରିତ୍ରରେ ଭଲ ଅଭିନୟ କରିପାରିବେ । ଏହା ସହିତ ଝିଅଟି ମୀରାଙ୍କ ଭଳି ଟିକେ ଦେଖାଯାଉଥିବେ । ଚାନୁଙ୍କ ଅଭିନୟରେ ନିଜକୁ ଫିଟ କରିବା ପାଇଁ ସେ ଝିଅଙ୍କୁ ତାଙ୍କ ଜୀବନଶୈଳୀର ପ୍ରଶିକ୍ଷଣ ଦେବାକୁ ପଡିବ । ସୁଟିଂ ଆରମ୍ଭ ହେବାକୁ ପାଖାପାଖି ୬ମାସ ସମୟ ଅଛି ବୋଲି କହିଛନ୍ତି ମାନୋବି ଏମଏମ ।

ପ୍ରକାଶ ଥାଉ କି,ଟୋକିଓରେ ଚାଲିଥିବା କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକରେ ଐତିହାସିକ ସଫଳତା ହାସଲ କରିଛନ୍ତି ମୀରାବାଈ ଚାନୁ । ମହିଳା 49କିଲୋ ଭାରତ୍ତୋଳନରେ ଦୀର୍ଘ ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଦେଶବାସୀଙ୍କୁ ଭେଟି ଦେଇଥିଲେ ରୌପ୍ୟ ପଦକ । ଏହାପରେ ତାଙ୍କୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଦେଶପାଇଁ ଗୌରବ ଆଣିଥିବା ମୀରଙ୍କୁ ମଣିପୁର ଅତିରିକ୍ତ ପୋଲିସ ଭାବରେ ନିଯୁକ୍ତି ମିଳିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.